ଭାରତ ପାଇଁ ଚିନ୍ତାର କାରଣ ପାଲଟିବେ ବୟସ୍କ

ଦେଶରେ ୧୩୦ କୋଟି ଲୋକଙ୍କ ହାରାହାରି ବୟସ ହେଉଛି ୨୯ ବର୍ଷ । କିନ୍ତୁ ଆଗକୁ ବୟସ୍କ ନାଗରିକଙ୍କ ସଂଖ୍ୟା ବୃଦ୍ଧି ସହ ହାରାହାରି ବୟସରେ ବୃଦ୍ଧି ଘଟିବା ଆଶଙ୍କା କରାଯାଉଛି । କାରଣ ବର୍ତ୍ତମାନ ୬୦ ବର୍ଷରୁ ଊର୍ଦ୍ଧ ବରିଷ୍ଠ ନାଗରିକଙ୍କ ସଂଖ୍ୟାରେ ବୃଦ୍ଧି ଘଟିବା ଲକ୍ଷ୍ୟ କରାଯାଉଛି । ଭାରତ ଏକ ଜନବହୁଳ ରାଷ୍ଟ୍ର ହୋଇଥିବାରୁ ଏହା ବଡ଼ ସମସ୍ୟା ହୋଇପାରେ । ପ୍ରାୟ ୨୫ରୁ ୨୭ ବର୍ଷ ମଧ୍ୟରେ ବରିଷ୍ଠ ନାଗରିକଙ୍କ ସଂଖ୍ୟା ୩୦୦ ନିୟୁତକୁ ଟପିଯାଇପାରେ ।
ଏକ ହିସାବ ଅନୁସାରେ ୧୯୫୦ରେ ଭାରତରେ ବରିଷ୍ଠ ନାଗରିକଙ୍କ ସଂଖ୍ୟା ମୋଟ୍ ଜନସଂଖ୍ୟାର ୫ ପ୍ରତିଶତ ଥିଲା । ୨୦୫୦ ବେଳକୁ ୧୯ ପ୍ରତିଶତକୁ ବୃଦ୍ଧି ପାଇବା ଆଶଙ୍କା ରହିଛି । ଅର୍ଥାତ ୨୦୫୦ ବେଳକୁ ପ୍ରତି ୫ ଜଣରେ ଜଣେ ୬୦ରୁ ୭୦ ବର୍ଷର ବ୍ୟକ୍ତି ହୋଇଥିବେ । ଆଉ ଏହି ବୟସ୍କ ନାଗରିକଙ୍କ ସଂଖ୍ୟାବୃଦ୍ଧି ଆଗକୁ ଚ୍ୟାଲେଞ୍ଜ୍ ହୋଇପାରେ ।