thelifelinemedia
Latest Odisha News, Breaking News Today

ଋଷ-ୟୁକ୍ରେନ ଯୁଦ୍ଧ: ଭାରତ ସବୁବେଳେ ଶାନ୍ତି ପକ୍ଷରେ ଅଛି ବୋଲି UNGAରେ କହିଲେ ଏସ୍ ଜୟଶଙ୍କର

ମସ୍କୋ: ଋଷ-ୟୁକ୍ରେନ୍ ଯୁଦ୍ଧକୁ ନେଇ ଭାରତ ପୁଣିଥରେ ତାର ଆଭିମୁଖ୍ୟ ସ୍ଫଷ୍ଟ କରିଛି। ଭାରତ ସବୁବେଳେ ଶାନ୍ତି ପକ୍ଷରେ ଅଛି ବୋଲି ଜାତିସଂଘ ସାଧାରଣ ସଭାରେ ଯୋଗ ଦେଇ କହିଛନ୍ତି ବୈଦେଶି ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର । କୁଟନୈତିକ ମାଧ୍ୟମରେ ଋଷ-ୟୁକ୍ରେନ୍ ଯୁଦ୍ଧ ରୋକିବା ଶାନ୍ତି ପ୍ରତିଷ୍ଠା କରିବାର ଅଛି ବୋଲି ଜୟଶଙ୍କର କହିଛନ୍ତି।

ଜାତିସଂଘର ୭୭ତମ ସାଧାରଣ ମହାସଭାରେ ଜୟଶଙ୍କର କହିଛନ୍ତି “ଆମକୁ ସବୁବେଳେ ପଚରାଯାଏ ଯେ ଆମେ କେଉଁ ପକ୍ଷରେ ଅଛୁ। ପ୍ରତ୍ୟେକ ଥର ଆମେ ସିଧା ଓ ସଚ୍ଚୋଟତରା ସହ ଉତ୍ତର ଦେଇଛୁ। ଭାରତ ସବୁବେଳେ ଶାନ୍ତି ପକ୍ଷରେ ରହିଛି ଓ ସର୍ବଦା ରହିଥିବ। ଆମେ ଜାତିସଂଘର ନିୟମର ସମ୍ମାନ ପକ୍ଷରେ ଅଛୁ।”

ସେହିପରି ଯୁଦ୍ଧର ଅର୍ଥନୀତି ଉପରେ କୁପ୍ରଭାବ ପଡ଼ିବା ଉପରେ ଜୋର ଦେଇ ଜୟଶଙ୍କର କହିଛନ୍ତି ଯେ ଯୁଦ୍ଧ ଅର୍ଥନୀତି ଉପରେ ଗଭୀର ପ୍ରଭାବ ପକାଇଛି । ବିଶେଷ କରି ଖାଦ୍ୟ ଓ ଶକ୍ତି କ୍ଷେତ୍ରକୁ ଅଧିକ ପ୍ରଭାବିତ କରିଛି ବୋଲି ସେ କହିଛନ୍ତି।

ୟୁକ୍ରେନ ଯୁଦ୍ଧ ବନ୍ଦ ହୋଇ ଶାନ୍ତି ପ୍ରତିଷ୍ଠା, ଯୁଦ୍ଧରେ ଅର୍ଥନୀତି ଉପରେ ପ୍ରଭାବ ଆଦି ବିଷୟ ଉପରେ ଆଲୋଚନା କରିବା ସହିତ ଆତଙ୍କବାଦ ଉପରେ ବି ଆଲୋଚନା କରିଛନ୍ତି ଜୟଶଙ୍କର । ଆତଙ୍କବାଦ ନେଇ ଭାରତ ସବୁବେଳେ ଶୂନ୍ୟ ସହନଶୀଳ ନୀତି ଆପଣାଇଛି ବୋଲି ସେ କହିଛନ୍ତି।

ଜୟଶଙ୍କର କହିଛନ୍ତି ” ଦଶନ୍ଧୀ ଧରି ସୀମାରେ ଆତଙ୍କବାଦର କୁପ୍ରଭାବ ସହିବା ପରେ। ଭାରତ ଆତଙ୍କବାଦ ନେଇ ଶୂନ୍ୟସହନଶୀଳତା ନୀତିକୁ ଦୃଢ଼ତାର ସହ ସମର୍ଥନ କରୁଛି। ଆମ ନଜରରେ ଆତଙ୍କବାଦର କୌଣସି କାର୍ଯ୍ୟ ଗ୍ରହଣୀୟ ନୁହେଁ। କୌଣସି ବୟାବାଜୀ ସେ ଯେତେ ଭଳ ହେଉ ନା କାହିଁକି ରକ୍ତର ଦାଗକୁ ଲୁଚାଇ ପାରିବ ନାହିଁ।” ଯିଏ ୟୁଏନ୍‌ଏସ୍‌ସି ୧୨୬୭ ପ୍ରତିବନ୍ଧକ ବ୍ୟବସ୍ଥାର ରାଜନୀତିକରଣ କରୁଛନ୍ତି ସେମାନେ ଘୋଷିତ ଆତଙ୍କବାଦୀଙ୍କୁ ସୁରକ୍ଷା ଦେବକୁ ନିଜର ସୀମା ପାର କରିଥାନ୍ତି ବୋଲି ଜୟଶଙ୍କର କହିଛନ୍ତି।

Leave A Reply

Your email address will not be published.