thelifelinemedia
Latest Odisha News, Breaking News Today

ସମ୍ବଲପୁରରେ ଅଘଟଣ, ମାଆ ଓ ଝିଅଙ୍କୁ ହତ୍ୟା: ଚେନ୍‌ କ୍ରାଙ୍କ ମାଡ଼ରେ ଚାଲିଗଲା ଉଭୟଙ୍କ ଜୀବନ, ପୋଲିସର ଛାନଭିନ ଜାରି 

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଉଭୟଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି ବୋଲି ଶୁଣିବାକୁ ମିଳିଛି। ସେମାନେ ହେଲେ ମା ଉର୍ମିଳା ପାତ୍ର(୬୦) ଓ ଝିଅ ଲିଳିମାକୁ ଦେଇ

ସମ୍ୱଲପୁର: ସମ୍ବଲପୁରର ଶାସନ ଥାନା ଗିରିପାଲିରେ ଡବଲ ମର୍ଡର। ମାଆ ଓ ଝିଅଙ୍କୁ ମାରିଲା ପଡ଼ୋଶୀ। ଅଭିଯୁକ୍ତକୁ ଅଟକ ରଖି ପୁଲିସ ପଚରାଉଚରା କରୁଛି। ମୃତକ ହେଲେ ୬୦ ବର୍ଷୀୟା ଉର୍ମିଳା ପାତ୍ର ଓ ୩୫ ବର୍ଷୀୟା ଲିଳିମା କୁଦେଇ। ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ଓ ଶାସନ ପୁଲିସ ଅଧିକ ତଦନ୍ତ ଜାରି ରଖିଛନ୍ତି।

ସମ୍ବଲପୁର ଶାସନଥାନା ଅନ୍ତର୍ଗତ ଗିରିପାଲି ଅଞ୍ଚଳରେ ମା ଓ ଝିଅଙ୍କୁ ବୀଭତ୍ସ ହତ୍ଯା ଭଳି ଏକ ଚାଞ୍ଚଲ୍ୟକର ଘଟଣାର ଖବର ମିଳିଛି। ତେବେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଉଭୟଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି ବୋଲି ଶୁଣିବାକୁ ମିଳିଛି। ସେମାନେ ହେଲେ ମା ଉର୍ମିଳା ପାତ୍ର(୬୦) ଓ ଝିଅ ଲିଳିମାକୁ ଦେଇ(୩୫)।ମିଳିଥିବା ସୂଚନା ଅନୁଯାୟୀ, ଗରମ ଯୋଗୁଁ ଉଭୟ ମା ଓ ଝିଅ ଘର ବାହାରେ ଶୋଇଥିବା ସମୟରେ କିଛି ପଡ଼ୋଶୀ ଯୁବକ ସେମାନଙ୍କୁ ଆକ୍ରମଣ କରିଥିଲେ। ବାଇକର ଚେନ୍‌ କ୍ରାଙ୍କ ସାହାଯ୍ୟରେ ସେମାନଙ୍କୁ ନିର୍ଦ୍ଦୟ ଭାବେ ପିଟି ପିଟି ହତ୍ୟା କରାଯାଇଥିବା ଜଣାପଡ଼ିଛି।

Leave A Reply

Your email address will not be published.