thelifelinemedia
Latest Odisha News, Breaking News Today

ନକଲି ଔଷଧ ବିକ୍ରି ମାମଲା; ୨ ମାଷ୍ଟର ମାଇଣ୍ଡଙ୍କୁ ବିହାରରୁ କାବୁ କଲା କମିଶନରେଟ୍‌ ପୋଲିସ

କଟକ ୨୪/୦୯: କଟକ ନକଲି ଔଷଧ କାରବାର ମାମଲାରେ ପୁଲିସକୁ ସଫଳତା। ଚିହ୍ନଟ ହେଲେ ନକଲି ଔଷଧ ଯୋଗାଇଥିବା ବିହାରର ଦୁଇ ବ୍ୟବସାୟୀ। ଏନେଇ କଟକ ଡିସିପି ପିନାକ ମିଶ୍ରଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି।

ସେ କିହିଛନ୍ତି, କଟକ ନକଲି ଔଷଧ କାରବାରରେ ଔଷଧ ଯୋଗାଉଥିବା ଦୁଇ ବ୍ୟବସାୟୀଙ୍କୁ ପୁଲିସ ଚିହ୍ନଟ କରିଛି। ଏହାସହ ନକଲି ଔଷଧ ଉତ୍ପାଦନ କେଉଁଠାରେ ହେଉଥିଲା ଏହାର ଯାଞ୍ଚ କରୁଛି କମିଶନରେଟ ପୁଲିସ। ସେ ଆହୁରି କହିଛନ୍ତି ଏହି ରାକେଟରେ ଆହୁରି କିଛି ଲୋକଙ୍କ  ସଂପୃକ୍ତି ରହିଛି। ଯାହାକୁ ନେଇ ପୁଲିସକୁ କିଛି ଗୁରୁତ୍ଵପୂର୍ଣ୍ଣ ସୂଚନା ମିଳିଛି।

Leave A Reply

Your email address will not be published.