thelifelinemedia
Latest Odisha News, Breaking News Today

ଋଷ ଠାରୁ ତେଲ କିଣିବ ନାହିଁ ଭାରତ !

ନୂଆଦିଲ୍ଲୀ: ଋଷ ଠାରୁ ଆଉ ଅଶୋଧିତ ତେଲ କିଣି ନପାରେ ଭାରତ। କାରଣ ତେଲ କିଣିବା ପାଇଁ ପରିବହନ ଖର୍ଚ୍ଚ ଅଧିକ ହେଉଛି। ଏଥିପାଇଁ ସେପ୍ଟେମ୍ବର ମାସ ଶେଷ ସୁଧା ଭାରତୀୟ ରିଫାଇନର୍ସ କମ୍ପାନଗୁଡ଼ିକ ଋଷ ଠାରୁ ତେଲ କିଣିବା ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିବା ସୂଚନା ମିଳୁଛି। ଋଷ ପରିବର୍ତ୍ତେ ଆଫ୍ରିକା ଓ ମଧ୍ୟପ୍ରାଚ୍ୟ ରାଷ୍ଟ୍ରଗୁଡ଼ିକରୁ ତେଲ କିଣିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଥିବା ଶିଳ୍ପ ସୂତ୍ରରୁ ସୂଚନା ମିଳିଛି।

ପରିବହନରେ ସମସ୍ୟା ଯୋଗୁ ସାଧାରଣ ଭାରତ ଋଷ ଠାରୁ ବହୁତ କମ ତେଲ ଆମଦାନୀ କରିଥାଏ। ତେବେ ଯୁକ୍ରେନ୍ ଯୁଦ୍ଧ ପରେ ଋଷ ଶସ୍ତାରେ ତେଲ ଦେବାକୁ ଅଫର କରିବାରୁ ଭାରତ ତା’ ଠାରୁ ବିପୁଳ ମାତ୍ରାରେ ତେଲ କିଣିଥିଲା। ଚୀନ ପରେ ବିଶ୍ୱରେ ଭାରତ ହିଁ ଋଷ ଠାରୁ ସର୍ବାଧିକ ତୈଳ ଆମଦାନୀକାରୀ ରାଷ୍ଟ୍ର ହୋଇଥିଲା।

ୟୁକ୍ରେନ୍ ଯୁଦ୍ଧ ପରେ ପଶ୍ଚିମ ରାଷ୍ଟ୍ରଗୁଡ଼ିକ ଋଷ ଠାରୁ ସମସ୍ତ ବ୍ୟବସାୟ ବନ୍ଦ କରିଦେଇଥିଲେ। ଏଭଳି ସମୟରେ ଦେଶର ଅର୍ଥନୀତି ସ୍ଥିତି ମଜଭୁତ ରଖିବା ପାଇଁ ମିତ୍ର ରାଷ୍ଟ୍ରଗୁଡ଼ିକ ଶସ୍ତାରେ ତେଲ ସହ ଅନ୍ୟାନ୍ୟ ବ୍ୟବସାୟ ଡିଲ୍‌ ଅଫର ଦେଇଥିଲା ଋଷ। ଯାହାର ଫାଇଦା ଭାରତ ବି ଉଠାଇଥିଲା। ହେଲେ ଏବେ ପରିବହନ ମୂଲ୍ୟ ଅଧିକ ହେଉଥିବାରୁ ଭାରତରେ ଋଷ ତେଲର ଡିମାଣ୍ଡ କମୁଛି।

Leave A Reply

Your email address will not be published.