ଲଜ୍ରୁ ଟଙ୍କା ଜବତ ଘଟଣାରେ କାର୍ଯ୍ୟାନୁଷ୍ଠାନ; ଏସଡିପିଓ ପଦରୁ ହଟିଲେ ହୃଷୀକେଶ ମେହେର

କଣ୍ଟାବାଞ୍ଝି ୧୮/୦୯: କଣ୍ଟାବାଞ୍ଜି ଲଜରୁ ଲକ୍ଷାଧିକ ଟଙ୍କା ଜବତ ଓ ହେରଫେର ଘଟଣାରେ କାର୍ଯ୍ୟାନୁଷ୍ଠାନI ତଦନ୍ତ ପରେ କଣ୍ଟାବାଞ୍ଝି ଏସଡିପିଓ ହୃଷୀକେଶ ମେହେରଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛିI ଫଳରେ ହୃଶିକେଷଙ୍କୁ ଏସଡିପିଓ ପଦରୁ ହଟାଇ ଦିଆଯାଇଛି।I ତାଙ୍କୁ ଏବେ ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ଯୋଗଦେବାକୁ ନିର୍ଦ୍ଦେଶ ଦିଆଯାଇଛି I ଏହି ଘଟଣାର ତଦନ୍ତ ଆହୁରି ବାକି ରହିଛି। ଏଥିରେ ଅନ୍ୟ ଯାହାର ସମ୍ପୃକ୍ତି ଥିବା ଜଣାପଡ଼ିବ ସମସ୍ତଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିଆଯିବ ବୋଲି ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି।