ପୁଣି ଥରେ ଭାରତରେ ଦୌଡିବ ‘ଚିତା

ପୁଣି ଭାରତରେ ଦେଖିବାକୁ ମିିଳିବ ବିଲୁପ୍ତ ପ୍ରଜାତିର ଚିତାବାଘ । ଏହାର ବାଂଶ ଭାରତରେ ଲୁପ୍ତ ହୋଇଯାଉଥିବାରୁ କେନ୍ଦ୍ର ସରକାର ନାମିବ୍ୟାରୁ ୮ ଟି ଚିତାବାଘ ଆଣିବାର ବ୍ୟବସ୍ଥା କରିଛନ୍ତି । ଏହାକୁ ଏବେ ବିମାନ ଯୋଗେ ଭାରତ ଅଣାଯାଉଛି । ଆଉ ଏ ହେଉଛି ସେଇ ବିମାନ । ଚିତାକୁ ଆଣିବା ପାଇଁ ବିମାନର ରଙ୍ଗ ଚିତାବାଘର ମୁହଁ ଭଳି ଚିତ୍ରିତ କରାଯାଇଛି, ଯାହା ବିମାନକୁ ବାଘର ରୂପ ଦେଉଛି ।
ଏହି ବିମାନ ୮ଟି ଚିତାକୁ ଧରି ଆଫ୍ରିକୀୟ ଦେଶ ନାମିବ୍ୟାରୁ ଭାରତକୁ ଆସୁଛି । ଦେଶରୁ ଲୁପ୍ତ ହୋଇସାରିଛି ଚିତାବାଘ । ଏବେ ପ୍ରୋଜେକ୍ଟ ଚିତା ଅଧିନରେ ଦେଶରେ ପୁନଃ ସ୍ଥାପିତ କରିବାକୁ କେନ୍ଦ୍ର ସରକାର ପ୍ରୟାସ ଚଳାଇଛନ୍ତି । ଏଥିପାଇଁ ଭାରତ – ନାମିବ୍ୟା ସରକାରଙ୍କ ମଧ୍ୟରେ ରାଜିନାମା ହୋଇଛି ।