thelifelinemedia
Latest Odisha News, Breaking News Today

କମିଲା ସୁନା ଦର

ଭୁବନେଶ୍ୱର: କମିଲା ସୁନା ଓ ରୂପା ମୂଲ୍ୟ । କାରଣ ନିବେଶକମାନେ ସୁନା ବଜାରରେ ଆଉ ନିବେଶ କରୁନାହାଁନ୍ତି । ଏହି ସପ୍ତାହ ଶେଷରେ ଆମେରିକୀୟ ମୁଦ୍ରାସ୍ପୀତି ତଥ୍ୟକୁ ଅପେକ୍ଷା କରିଛନ୍ତି ନିବେଶକ ।

ମୁମ୍ବଇରେ ୨୪କ୍ୟାରେଟ୍ ସୁନାର ମୂଲ୍ୟ ୧୦ଗ୍ରାମ ପ୍ରତି ୧,୨୫,୮୮୦ ଥିବାବେଳେ ୨୨କ୍ୟାରେଟ୍ ସୁନାର ମୂଲ୍ୟ ୧୦ଗ୍ରାମ ପ୍ରତି ୧,୧୫,୩୯୦ ରହିଛି । ସେହିପରି ରୂପା କିଲୋଗ୍ରାମ ପ୍ରତି ୧,୫୯,୯୦୦ ଟଙ୍କାରେ ଉପଲବ୍ଧ ଥିଲା ।

ଦିଲ୍ଲୀରେ ସୁନା ୨୨କ୍ୟାରେଟର ଦାମ୍ ୧୦ଗ୍ରାମ ପ୍ରତି ୧,୧୫,୫୪୦ ଏବଂ ୨୪କ୍ୟାରେଟ ସୁନାର ମୂଲ୍ୟ ୧,୨୬,୦୩୦ ରହିଛି । ସେହିପରି କଲକତାରେ ୨୨କ୍ୟାରେଟ ସୁନାର ଦାମ୍ ୧,୧୫,୩୯୦ ଟଙ୍କା ରହିଥିବା ବେଳେ ୨୪କ୍ୟାରେଟ୍ ସୁନାର ଦାମ ୧୦ ଗ୍ରାମ୍ ପ୍ରତି ୧,୨୫,୮୮୦ଟଙ୍କା ରହିଛି ।

Leave A Reply

Your email address will not be published.