ସ୍ନେହାଙ୍ଗିନୀ ଛୁରିଆ ହେଲେ ବିଜେଡିର ନୂଆପଡ଼ା ପ୍ରାର୍ଥୀ
ଭୁବନେଶ୍ୱର: ସ୍ନେହାଙ୍ଗିନୀ ଛୁରିଆ ହେଲେ ବିଜେଡିର ନୂଆପଡ଼ା ପ୍ରାର୍ଥୀ। ବିଜେଡି ସଭାପତି ନବୀନ ପଟ୍ଟନାୟକ ବୁଧବାର ସନ୍ଧ୍ୟାରେ ନବୀନ ନିବାସଠାରେ ଏ ନେଇ ଘୋଷଣା କରିଛନ୍ତି।
ନୂଆପଡ଼ା ବିଧାନସଭା ଆସନରେ ପୂର୍ବରୁ ବିଜେପି ଜୟ ଢୋଲକିଆଙ୍କୁ ପ୍ରାର୍ଥୀ କରିଥିବା ସମୟରେ କଂଗ୍ରେସ ଘାସିରାମ ମାଝୀଙ୍କୁ ମଇଦାନକୁ ଉତାରିଛି। ଏଥର ଉପନିର୍ବାଚନରେ ତ୍ରିମୁଖୀ ଲଢ଼େଇ ହେବା ନିଶ୍ଚିତ ହୋଇଛି।