thelifelinemedia
Latest Odisha News, Breaking News Today

ଅସତ୍ୟ ଉପରେ ସତ୍ୟର ବିଜୟ, ଜଳିଗଲା ରାବଣ

ଭୁବନେଶ୍ବର: ଜଳିଗଲା ରାବଣ, ଅଧର୍ମ ଉପରେ ଧର୍ମର ହେଲା ପ୍ରତିଷ୍ଠା । ଆଜି ବିଜୟା ଦଶମୀ ଉପଲକ୍ଷେ ବିଭିନ୍ନ ସ୍ଥାନରେ ରାବଣ ପୋଡି ଉତ୍ସବ ପାଳନ ହୋଇଛି । ରାଜ୍ୟ ଠାରୁ ଆରମ୍ଭ କରି ଦେଶର ବିଭିନ୍ନ ସ୍ଥାନରେ ରାବଣ ପୋଡିର ଝଲକ ଦେଖିବାକୁ ମିଳିଛି ।

ଭୁବନେଶ୍ବରର ପ୍ରମୁଖ ସ୍ଥାନରେ ରାବଣ ପୋଡି ଉତ୍ସବ ଦେଖିବାକୁ ମିଳିଛି । ଯଦିଏ ଓଡିଶାରେ ବର୍ଷା ରାବଣ ପୋଡ଼ି ବନ୍ଦ ଆଶଙ୍କାକୁ ବଢାଇ ଦେଇଥିଲା ଏବଂ ଅନେକ ସ୍ଥାନରେ ରାବଣ ପୋଡ଼ି ସମୟରେ ବର୍ଷା ଲାଗି ରହିଥିଲା ମାତ୍ର ଶେଷରେ ରାବଣ ଦହନ ହୋଇଛି ।

ରାଜଧାନୀ ଭୁବନେଶ୍ବର ଏଥର ୧୨ଟି ବଦଳରେ ୭ଟି ସ୍ଥାନରେ ରାବଣପୋଡ଼ି ଆୟୋଜିତ ହୋଇଛି । ନହରକଣ୍ଟା, କୋରଡ଼କଣ୍ଟା, ବରମୁଣ୍ଡା, ବାଙ୍କୁଆଳ, ଗୋପାଳପୁର (ଯାଆଁଳା), କିଟ୍‌ ରୋଡ ଓ କପିଳପ୍ରସାଦ ଫୁଟବଲ୍‌ ପଡ଼ିଆରେ ରାବଣପୋଡ଼ି ଦେଖିବାକୁ ମିଳିଛି ।

Leave A Reply

Your email address will not be published.