ଜନ୍ମଦିନ ପୁଅ ଓ ପତ୍ନୀଙ୍କ ସହ ପାଳିବାକୁ କହିଲେ ବାବୁସାନ

ଭୁବନେଶ୍ବର: ଓଲିଉଡର ଲୋକପ୍ରିୟ ଅଭିନେତା ବାବୁସାନ୍ ମହାନ୍ତିଙ୍କ ଆସନ୍ତାକାଲି ହେଉଛି ଜନ୍ମଦିନ। ଆସନ୍ତାକାଲି ସପରିବାର ସହିତ ଜନ୍ମଦିନ ପାଳନ କରି ପାରନ୍ତି। ବାବୁସାନ ଜନ୍ମଦିନରେ ପତ୍ନୀ ତୃପ୍ତି ଓ ପୁଅ ପାଖକୁ ଯିବେ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
ସେହିପରି ଭାଇରାଲ ଅଡିଓ ବିଷୟରେ ପ୍ରଶ୍ନ କରିବାରୁ, ଅଡିଓଟିକୁ ଭଲରେ ଶୁଣନ୍ତୁ ବୋଲି କହିଛନ୍ତି ବାବୁସାନ। ଜୁଲାଇ ୩୦ରେ ମୋର ଜନ୍ମ ଦିନରେ ପୁଅ ଓ ପତ୍ନୀ ତୃପ୍ତିଙ୍କ ପାଖକୁ ଯିବି। କେକ୍ କାଟିବା ବଡ଼ କଥା ନୁହେଁ। ସେମାନଙ୍କୁ ଦେଖିଦେଲେ ଆଉ କିଛି ଦରକାର ନାହିଁ ।