thelifelinemedia
Latest Odisha News, Breaking News Today

ଶୋକାକୂଳ ପରିବେଶରେ ହେଲା ଶେଷକୃତ୍ୟ; ରାଗିଂ ଅଭିଯୋଗ ଆଣି ଆତ୍ମହତ୍ୟା କରିଥିଲେ ଆଇଟିଆଇ ଛାତ୍ର

ଭଦ୍ରକ ୧୨/୦୯: ପିଇ ଆତ୍ମହତ୍ୟା କରିଥିବା ଆଇଟିଆଇ ଛାତ୍ରଙ୍କ ମୃତଦେହକୁ ଶୋକାକୁଳ ପରିବେଶରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି। ଭଦ୍ରକ ଜିଲ୍ଲା ତିହିଡ଼ି ଥାନା ଅନ୍ତର୍ଗତ ଛନ୍ଦାସାହି ଗାଁର ଆଇଟିଆଇ ଛାତ୍ର ଆଶୁତୋଷ ମଳିକ ସେପ୍ଟେମ୍ୱର ୯ରେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ତିହିଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରେ ଭଦ୍ରକ ମେଡ଼ିକାଲ ଓ ଶେଷରେ କଟକ ମେଡିକାଲ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ରବିବାର ସନ୍ଧ୍ୟାରେ କଟକ ମେଡିକାଲରେ ତାଙ୍କର ମୃତ୍ୟୁ ହୋଇଥିଲା। ସାଙ୍ଗମାନଙ୍କ ଟାହି ଟାପରା ଓ ରାଗିଙ୍ଗ ପାଇଁ ଆଶୁତୋଷ ବିଷ ପିଇ ଆତ୍ମହତ୍ୟା କରିଥିବା ପରିବାର ଲୋକ ଅଭିଯୋଗ କରିଥିଲେ।

ପରେ ଏକ ୩ ପୃଷ୍ଠାର ହାତ ଲେଖା ଚିଠି ଜବତ ହୋଇଛି। କିନ୍ତୁ ଏହା କାହାର ହାତ ଲେଖା ଚିଠି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନି। ଚିଠିକୁ ନେଇ ତିହିଡି ପୋଲିସ ତଦନ୍ତ ଆରମ୍ଭ କରିଛି। ସାଙ୍ଗମାନଙ୍କ ଟାହିଟାପରା ସହି ନପାରି ଛାତ୍ର ଜଣଙ୍କ ଆତ୍ମହତ୍ୟା କରିବା ଘଟଣା ସମସ୍ତଙ୍କୁ ଚକିତ କରିଛି। ମୃତ ଶରୀର ଗାଁ ଛନ୍ଦାସାହିରେ ପହଞ୍ଚିବା ପରେ ଶହ ଶହ ଲୋକ ରୁଣ୍ଡ ହୋଇଥିଲେ। ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ପରିବାର ଲୋକ ନିଜ ଭେଣ୍ଡିଆ ପୁଅକୁ ହରାଇ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି। ଏବେ ଆଶତୋଷଙ୍କ ପରିବାର ନ୍ୟାୟ ପାଇଁ ଅପେକ୍ଷା କରିଛନ୍ତି।

Leave A Reply

Your email address will not be published.