thelifelinemedia
Latest Odisha News, Breaking News Today

ଜ୍ଞାନବାପୀ ଶୃଙ୍ଗାର ଗୌରୀ ମାମଲାରେ ସୋମବାର ଆସିବ ରାୟ

ଲକ୍ଷ୍ନୌ: ବାରାଣସୀର ଶୃଙ୍ଗାର ଗୌରୀ ଜ୍ଞାନବାପୀ ମାମଲାରେ ସୋମବାର ଜିଲ୍ଲା ଜଜ୍ କୋର୍ଟ ରାୟ ଶୁଣାଇବେ । ଶୃଙ୍ଗାର ଗୌରୀଙ୍କ ନିୟମିତ ଦର୍ଶନ ଏବଂ ବିଗ୍ରହର ସୁରକ୍ଷାକୁ ନେଇ ଚାଲିଥିବା ମକଦ୍ଦମା ଶୁଣାଣି ପାଇଁ ଯୋଗ୍ୟ କି ନାହିଁ ତାହା ଉପରେ କୋର୍ଟଙ୍କ ନିଷ୍ପତ୍ତି ଆସିବ । ସବୁ ପକ୍ଷର ରାୟ ଶୁଣିବା ପରେ ଅଗଷ୍ଟ ୨୪ରେ ଜିଲ୍ଲା ଜଜ ଅଜୟ କୃଷ୍ଣ ବିଶ୍ୱେଶ ନିଜ ରାୟକୁ ସଂରକ୍ଷିତ ରଖିଥିଲେ । କୋର୍ଟଙ୍କ ନିଷ୍ପତ୍ତି ଆସିବା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ବାରାଣାସୀ ପୋଲିସ ଆଲର୍ଟ ମୋଡରେ ରହିଛି।

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ମେ ୨୩ ତାରିଖରୁ ଜିଲ୍ଲା କୋର୍ଟରେ ଶୁଣାଣି ଚାଲିଥିଲା। ନାଗରିକ ପ୍ରକ୍ରିୟା ସଂହିତା ସିପିସିର ଆଦେଶ ୭ ନିୟମ ୧୧ ଅନୁସାରେ ଏହି ମାମଲା ଶୁଣାଣି ପାଇଁ ଯୋଗ୍ୟ କି ନୁହେଁ ତାହା ଉପରେ ଶୁଣାଣି ଚାଲିଛି। ପୂର୍ବ ଶୁଣାଣିରେ ମୁସଲମାନ ପକ୍ଷ ନିଜର ଯୁକ୍ତି ରଖିଥିଲେ।

Leave A Reply

Your email address will not be published.