ଖରିଫ ରୁତୁରେ ହ୍ରାସ ପାଇବ ଚାଉଳ ଉତ୍ପାଦନ

ଖରିଫ ଋତୁରେ ଚାଉଳ ଉତ୍ପାଦନ ପାଖାପାଖି ୧୦ ରୁ ୧୨ ନିୟୁତ ଟନ୍ ହ୍ରାସ ପାଇବ ବୋଲି ଆକଳନ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ଖାଦ୍ୟ ସଚିବ ସୁଧାଂଶୁ ପାଣ୍ଡେ । ପ୍ରମୁଖ ଚାଉଳ ଉତ୍ପାନକାରୀ ରାଜ୍ୟ ଉତର ପ୍ରଦେଶ, ଝାଡ଼ଖଣ୍ଡ, ବିହାର ଓ ପଶ୍ଚିମବଙ୍ଗରେ ସ୍ୱଳ୍ପ ବୃଷ୍ଟିପାତ ହୋଇଛି । ତେଣୁ ଏଠାକାର ଚାଷ କାର୍ଯ୍ୟ ମଧ୍ୟ ବେଶ ପ୍ରଭାବିତ ହୋଇଛି । ଏହା ଯୋଗୁଁ ଚାଉଳ ଉତ୍ପାଦନ କମିବା ଆଶଙ୍କା ବୃଦ୍ଧି ପାଇଛି ।