thelifelinemedia
Latest Odisha News, Breaking News Today

କଟକରେ ନକଲି ଔଷଧ ମାମଲା, ପୁରୀଘାଟ ଥାନାରେ ମାମଲା ରୁଜୁ

କଟକ: କଟକରେ ନକଲି ଔଷଧ ମାମଲା ନେଇ ଔଷଧ କଂପାନି ‘ଗ୍ଲେନମାର୍କ’ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି। କଂପାନି ପକ୍ଷରୁ କୁହାଯାଇଛି ଯେ, ଜବତ ଟେଲମା ୪୦ ଓ ଟେଲମା ଏମ୍‌ ଆମ ଦ୍ଵାରା ପ୍ରସ୍ତୁତ ହୋଇନାହିଁ। ଏଥି ସହିତ ଗ୍ଲେନମାର୍କକୁ ଲେଖାଯାଇଥିବା ଚିଠିର ଉତ୍ତର ରଖିଛି କମ୍ପାନି। କମ୍ପାନିର ସ୍ପଷ୍ଟୀକରଣ ପରେ ଡ୍ରଗ୍ସ ଇନ୍ସପେକ୍ଟର କଟକ ପୁରୀଘାଟ ଥାନାରେ ଏତଲା ହୋଇଛି। ଏତଲାରେ ଦୁଇ ମେଡିସିନ ହୋଲସେଲରଙ୍କ ନାଁ ଉଲ୍ଲେଖ କରାଯାଇଛି।

କଟକରେ ଦାମୀ କମ୍ପାନି ଖୋଳରେ ନକଲି ଔଷଧ ବିକ୍ରି ହେଉଛି। ବିଗତ ୩ଦିନ ଧରି ଚାଲିଥିବା ଛାନ୍‌ଭିନ୍‌ରୁ ଏହିଭଳି ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍‌ନାକୁ ଆସିଛି। ଗଲା ଜୁନ୍‌ ମାସରୁ ଏ ପର୍ଯ୍ୟନ୍ତ ରାଜ୍ୟ ତଥା ରାଜ୍ୟ ବାହାରର ବିଭିନ୍ନ ଅଞ୍ଚଳକୁ ଲକ୍ଷାଧିକ ଟଙ୍କାର ଏଭଳି ନକଲି ଔଷଧ ଚାଲାଣ ହୋଇଛି। ଗୁରୁବାର ବିଜ୍ଞପ୍ତି ଜାରି ହେବାପରେ ଶୁକ୍ରବାର ସୁଦ୍ଧା ୩୦ ଲକ୍ଷରୁ ଅଧିକ ଟଙ୍କାର ଔଷଧ ଫେରି ଆସିଥିବା ଜଣାପଡ଼ିଛି।

କଟକର ମାଣିକଘୋଷ ବଜାରସ୍ଥିତ ଦୁଇଟି ଔଷଧ ଏଜେନ୍ସିରୁ ପାଖାପାଖି ୫୦ ଲକ୍ଷ ଟଙ୍କାର ‌ଔଷଧ ବଜାରକୁ ଛଡ଼ାଯାଇଥିଲା। ସେଥିମଧ୍ୟରୁ କଟକ, ଭୁବନେଶ୍ବର, ବାଲେଶ୍ବର, ବରଗଡ଼ ଓ ଝାରସୁଗୁଡାର ପ୍ରାୟ ୧ ହଜାର ଦୋକାନରୁ ୩୦ ଲକ୍ଷ ଟଙ୍କାର ଔଷଧ ଫେରସ୍ତ ଆସିଥିବା ଡ୍ରଗ୍ସ କଣ୍ଟ୍ରୋଲ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଅନ୍ୟପଟେ ଗୁଜରାଟ, ଦିଲ୍ଲୀ ଓ କୋଲକାତାକୁ ମଧ୍ୟ ୨୦ ଲକ୍ଷରୁ ଅଧିକ ଟଙ୍କାର ଏଭଳି ଔଷଧ ଯାଇଥିବା ସୂଚନାରୁ ଜଣାପଡ଼ିଛି।

Leave A Reply

Your email address will not be published.