ପିକନିକ ହେଲା କାଳ : ଭାରସାମ୍ୟ ହରାଇଲା ଭ୍ୟାନ, ଜଣେ ମୃତ, ୧୦ରୁ ଅଧିକ ଆହତ

ଗଜପତି :ପିକ ନିକ ବେଳେ ଅଧା ବାଟରେ ଛକି ବସିଥିଲା ମୃତ୍ୟୁ। ଭାରସାମ୍ୟ ହରାଇ ଓଲଟି ପଡିଲା ଭ୍ୟାନ।ଘଟଣା ଘଟିଛି ଗଜପତି ଜିଲ୍ଲା କେନ୍ଦୁଘାଟିରେ।ଗଜପତି ଜିଲ୍ଲା ମୋହନା କେନ୍ଦୁଘାଟିରେ ଭୟାନକ ଦୁର୍ଘଟଣା। ପିକନିକ ବେଳେ ଏମିତି ଏକ ଭୟଙ୍କର ଦୁର୍ଘଟଣା ଘଟିଛି ଯେଉଁଥିରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ରୁ ଅଧିକ ଆହତ ହୋଇଛନ୍ତି।
ମୃତକ ହେଉଛନ୍ତି ନୟାଗଡ଼ ଜିଲ୍ଲା ଚାହାଳିର ସରୋଜିନୀ ବେହେରା। ଆହତଙ୍କ ମଧ୍ୟରେ ୪ ଜଣ ମହିଳା ଥିବା ବେଳେ ୨ ଜଣ ଶିଶୁ ଅଛନ୍ତି।ଖବର ପାଇ ମୋହନା ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଆହତ ମାନଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ମୋହନା ମେଡିକାଲ ରେ ଭର୍ତ୍ତି କରିଛନ୍ତି। ପ୍ରାଥମିକ ଚିକିତ୍ସା ପରେ ଗୁରୁତର ଆହତ ୩ ଜଣଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି। ସୂଚନା ଅନୁସାରେ ନୟାଗଡ଼ ଜିଲ୍ଲା ଶରଣକୁଳ ଓ ଚଢ଼େୟାପଲି ଅଞ୍ଚଳର ଗୋଟିଏ ପରିବାରର ୧୪ଜଣ ଏକ ଟ୍ରlଭଲର ରେ ପିକନିକ ପାଇଁ ଭୁବନେଶ୍ୱର ରୁ କୋରାପୁଟ ଯାଉଥିଲେ। ହେଲେ ଭୋର ୪ଟାରେ ମୋହନା କେନ୍ଦୁଘାଟିରେ ଭାରସlମ୍ୟ ହରାଇ ଓଲଟି ପଡିଥିଲା। ଗାଡିଟି ୨ ଥର ପଲଟି ଥିବା ଜଣାପଡିଛି। ତେବେ ଡ୍ରାଇଭରଙ୍କ ମନଇଛା ଗାଡି ଚାଳନା ଯୋଗୁଁ ଏଭଳି ଦୁର୍ଘଟଣା ଘଟିଥିବା ପ୍ରତ୍ୟକ୍ଷ ଦର୍ଶୀ କହିଛନ୍ତି।