ମିଳିଲା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର: ୩୩ଟି ବର୍ଗରେ ଦିଆଗଲା ପୁରସ୍କାର

ଭୁବନେଶ୍ୱର:ଭୁବନେଶ୍ୱରରେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଭବ୍ୟ ସମାରୋହ। ବର୍ଷ ୨୦୨୦,୨୦୨୧ ଏବଂ ୨୦୨୨ ନିମନ୍ତେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ବିଜେତାଙ୍କୁ ଆଜି ଅପରାହ୍ନରେ ପୁରସ୍କାର ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଛି। ଅର୍ଥାତ ୩ ବର୍ଷ ପାଇଁ ମିଳିଛି ଚଳଚ୍ଚିତ୍ର ପୁରସ୍କାର। ମୋଟ ୩୩ଟି ବର୍ଗରେ ଦିଆଯାଇଛି ପୁରସ୍କାର। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ତରଫରୁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଦିଆଯାଇଛି । ଚଳଚ୍ଚିତ୍ର ଜଗତରେ ଜୀବନବ୍ୟାପି ସାଧନା ପାଇଁ ସର୍ବୋଚ୍ଚ ପୁରସ୍କାର “ମୋଦନ ସୁନ୍ଦର ଦେବ ଗୋସ୍ବାମୀ ପୁରସ୍କାର ନିମନ୍ତେ ଟ.୫,୦୦,୦୦୦ (ପାଞ୍ଚ ଲକ୍ଷ ଟଙ୍କା ), ଶ୍ରେଷ୍ଠ ପୂର୍ଣାଙ୍ଗ ଚଳଚ୍ଚିତ୍ର ପାଇଁ ୨୦୦,୦୦୦ ( ଦୁଇ ଲକ୍ଷ) ,ମୋଟ ୩୩ ଗୋଟି ବର୍ଗରେ ପ୍ରତି ବର୍ଷ ଜୁରୀ ଦ୍ବାରା ଚୟନ ହୋଇଥିବା କଳାକାରମାନଙ୍କୁ ଆର୍ଥିକ ପୁରସ୍କାର ସହିତ ମାନପତ୍ର ସହ ସମ୍ବର୍ଧନା ଦିଆଯାଇଛି। ୨୦୨୦ ବର୍ଷ ମୋହନ ସୁନ୍ଦର ଦେବ ଗୋସ୍ୱାମୀ ପୁରସ୍କାର ତଥା ଜୀବନ ବ୍ୟାପୀ ସାଧନା ସମ୍ମାନ ପୁରସ୍କାର ପାଇଛନ୍ତି ନିର୍ଦ୍ଦେଶକ ଅନନ୍ତ ମହାପାତ୍ର। ୨୦୨୧ ବର୍ଷ ପାଇଁ ମୋହନ ସୁନ୍ଦର ଦେବ ଗୋସ୍ୱାମୀ ପୁରସ୍କାର ପାଇଛନ୍ତି ବରିଷ୍ଠ ଚିତ୍ରତ୍ତୋଳନକାରୀ ଶ୍ରୀନିବାସ ମହାପାତ୍ର ।୨୦୧୨ ପାଇଁ ହାସ୍ୟ ଅଭିନେତା ଜୟୀରାମ ସାମଲଙ୍କୁ ଜୀବନବ୍ୟାପି ସାଧନା ପୁରସ୍କାର ଦିଆଯାଇଛି ।୨୦୨୦ ଶହୀଦ ରଘୁ ସର୍ଦ୍ଦାର ଚଳଚ୍ଚିତ୍ର ପାଇଁ ଅଭିନେତ୍ରୀ କାବ୍ୟା କିରଣ ଶୁକ୍ଳା ପାଇବେ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର । ୨୦୨୧ ବର୍ଷ ପାଇଁ ପ୍ରତୀକ୍ଷା ସିନେମାକୁ ମିଳିବ ରାଜ୍ୟ ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର । ଶ୍ରେଷ୍ଠ କାହାଣୀକାର ଭାବେ ପୁରସ୍କୃତ ହେବେ ବିଶିଷ୍ଟ ସାହିତ୍ୟିକ ଗୌରହରି ଦାସ ଚଳଚିତ୍ର “ଖରା ” କୁ ୨୦୨୨ ମସିହାର ମିଳିବ ୪ ଗୋଟି ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର। ପଙ୍କଜ ଜାଲଙ୍କୁ ମିଳିବ ଶ୍ରେଷ୍ଠ ସଂଗୀତ ନିର୍ଦ୍ଦେଶକ ପୁରସ୍କାର।