thelifelinemedia
Latest Odisha News, Breaking News Today

ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ଲଣ୍ଡନ ଗସ୍ତ:ବିଶ୍ୱ ପର୍ଯ୍ୟଟନ କନକ୍ଳେଭରେ ସାମିଲ ହେବେ ଉପ ମୁଖ୍ୟମନ୍ତ୍ରୀ 

ଭୁବନେଶ୍ୱର: ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ୭ ଦିନିଆ ଲଣ୍ଡନ ଗସ୍ତରେ ଯାଇଛନ୍ତି। ବିଶ୍ୱ ପର୍ଯ୍ୟଟନ କାର୍ଯ୍ୟକ୍ରମରେ ଯୋଗ ଦେବା ସହ ବିଦେଶୀ ପର୍ଯ୍ୟଟକଙ୍କୁ ଓଡ଼ିଶାକୁ ଆକୃଷ୍ଟ କରିବା ପାଇଁ 7 ଦିନିଆ ଲଣ୍ଡନ ଗସ୍ତରେ ଯାଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ବିଶ୍ୱ ପର୍ଯ୍ୟଟନ କନକ୍ଳେଭରେ ଯୋଗ ଦେବା ସହ ଓଡିଶା ପର୍ଯ୍ୟଟନର ଦୃଷ୍ଟି ଆକର୍ଷଣ କରିବେ। ତାଙ୍କ ସହ ପର୍ଯ୍ୟଟନ ସଚିବ, ଉନ୍ନୟନ କମିଶନର ଏବଂ ବିଭାଗର ବରିଷ୍ଠ ପ୍ରଶାସନିକ ଅଧିକାରୀ ମଧ୍ୟ ଲଣ୍ଡନ ଯାଇଛନ୍ତି। ଲଣ୍ଡନରେ ଓଡ଼ିଆ ଏବଂ ପ୍ରବାସୀ ଭାରତୀୟମାନଙ୍କୁ ଭେଟିବେ। ତା ସହ ବିଦେଶି ଟୁର ଅପରେଟରଙ୍କ ସହ ବି ଆଲୋଚନା କରିବେ। ଓଡ଼ିଶାରେ ପର୍ଯ୍ୟଟନର ସମସ୍ତ ପ୍ରକାର ଭିତ୍ତିଭୂମି ରହିଛି। କିନ୍ତୁ ପର୍ଯ୍ୟଟନର ପ୍ରଚାର ପ୍ରସାର ଅଭାବରୁ ତାହା ଆଗକୁ ଯାଇପାରୁନି। ଆଗକୁ ଓଡିଶା ପାଇଁ ପର୍ଯ୍ୟଟନର ନୂଆ ଅଧ୍ୟାୟ ଆରମ୍ଭ ହେବ ବୋଲି କହିଛନ୍ତି ଉପ ମୁଖ୍ୟମନ୍ତ୍ରୀ। ପ୍ରଧାନମନ୍ତ୍ରୀଙ୍କ ଚାଲୋ ଆପନା ଦେଶ ସ୍ଲୋଗାନ ଆଧାରରେ ବିଦେଶରେ ରହୁଥିବା ଓଡ଼ିଆ ଲୋକଙ୍କ ସହ ଦେଶର କୋଣ ଅନୁକୋଣରୁ ବିଦେଶରେ ରହୁଥିବା ଲୋକଙ୍କ ସହ ଆଲୋଚନା କରି ଭବିଷ୍ୟତରେ କିଭଳି ଓଡ଼ିଶାକୁ ବିଦେଶୀ ପର୍ଯ୍ୟଟକ ମାନେ ଆସିବେ ସେ ନେଇ ବିଭିନ୍ନ ପଦକ୍ଷେପ ନେବା ଦିଗରେ ସରକାର କାର୍ଯ୍ୟ କରିବା ଆରମ୍ଭ କରିଛନ୍ତି ବୋଲି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି।

Leave A Reply

Your email address will not be published.