thelifelinemedia
Latest Odisha News, Breaking News Today

ପ୍ରକାଶଙ୍କ ବିଜେଡିରୁ ଇସ୍ତଫା ଦଳ ଉପରେ ପ୍ରଭାବ ପକାଇବ ନାହିଁ: ସୁବାସ ସିଂହ 

କଟକ: ପ୍ରକାଶ ବେହେରା ବିଜେଡିରୁ ଇସ୍ତଫା ଦେବା ଦଳ ଉପରେ କିଛି ପ୍ରଭାବ ପକାଇବ ନାହିଁ।ଗତ ନିର୍ବାଚନରେ ବାରବାଟୀ କଟକର ବିଜେଡି ପ୍ରାର୍ଥୀ ଥିବା ପ୍ରକାଶ ଚନ୍ଦ୍ର ବେହେରା ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେବା ନେଇ ପ୍ରତିକ୍ରିୟା ରଖିଛନ୍ତି କଟକ ମେୟର ତଥା ବିଜେଡି ନେତା ସୁବାସ ସିଂ। ପ୍ରକାଶଙ୍କ ଇସ୍ତଫା ଦଳ ଉପରେ କୌଣସି ପ୍ରଭାବ ପକାଇବ ନାହିଁ ବୋଲି ସୁବାସ କହିଛନ୍ତି। ଓଡ଼ିଶାର ଉନ୍ନତିର ଅବଦାନ ପଛରେ ନବୀନ ପଟ୍ଟନାୟକ ରହିଛନ୍ତି ଓ ଏବେ ଲୋକମାନେ ତାଙ୍କୁ ଝୁରୁଛନ୍ତି। ସେ ଅନ୍ୟ ଦଳରୁ ଆସିଥିଲେ, ନବୀନ ପଟ୍ଟନାୟକ ତାଙ୍କୁ ଟିକେଟ ଦେଇଥିଲେ। ଏବେ ଦଳ ଛାଡିବା ପରେ କିଛି ପ୍ରଭାବ ପଡିବ ନାହିଁ ବିଜେଡି ନେତା ତଥା କଟକ ମେୟର ବୋଲି ସୁବାସ ସିଂହ କହିଛନ୍ତି।

ଗତକାଲି ସନ୍ଧ୍ୟାରେ ବିଜେଡିରୁ ଇସ୍ତଫା ଦେଇଥିଲେ ପ୍ରକାଶ ବେହେରା। ସାଲେପୁର ଓ ଟାଙ୍ଗୀ ବାସୀଙ୍କ କାମ କରିବେ ବୋଲି କହିଥିଲେ। ଲୋକଙ୍କ ସହିତ ଆଲୋଚନା କରି କେଉଁ ଦଳରେ ସାମିଲ ହେବେ ସେ ନେଇ ପ୍ରତିକ୍ରିୟା ରଖିଥିଲେ ପ୍ରକାଶ ବେହେରା। ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା ପ୍ରକାଶ ବେହେରାଙ୍କୁ ଦଳ ଛାଡିବାକୁ ନେଇ ଟାର୍ଗେଟ କରିଛନ୍ତି। କହିଛନ୍ତି କ୍ଷମତା ଯେଉଁଆଡେ ପ୍ରକାଶ ବେହେରା ସେଇ ଆଡେ ଯିବେ, ଏଥିରେ କିଛି ନୂଆ କଥା ନାହିଁ। ତାଙ୍କର ଦଳ ଛାଡିବା ବିଜେଡି ଉପରେ କିଛି ପ୍ରଭାବ ପକାଇବ ନାହିଁ ବୋଲି ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା କହିଛନ୍ତି।

Leave A Reply

Your email address will not be published.