thelifelinemedia
Latest Odisha News, Breaking News Today

ହରିୟାଣାରେ ମୋଦିଙ୍କ ସପକ୍ଷରେ ଜନାଦେଶ

ନୂଆଦିଲ୍ଲୀ: ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟାଇ ହରିୟାଣା ନିର୍ବାଚନରେ ଏକ ପ୍ରକାର ବାଜି ମାରିଛି ବିଜେପି। କାମ କରିଛି ମୋଦି ମ୍ୟାଜିକ। ହରିୟାଣା ନିର୍ବାଚନ ଫଳାଫଳ ରୋମାଞ୍ଚକର ସ୍ଥିତି ଆଡକୁ ଗତି କରିଛି। ୯୦ ଆସନରୁ ୪୮ ଆସନ ହାତେଇ ଭାରତୀୟ ଜନତା ପାର୍ଟି ବାଜି ମାରିଛି। ନିର୍ବାଚନ ଆୟୋଗଙ୍କ ତଥ୍ୟ ଅନୁସାରେ, ୯୦ ଆସନରୁ ୪୮ ଆସନରେ ବିଜେପି ବାଜି ମାରିଥିବାବେଳେ ୩୬ ଆସନ ହାତେଇଛି କଂଗ୍ରେସ। ହରିୟାଣାର ଚର୍ଚ୍ଚିତ ଆସନ ଲଡୱାରୁ ହରିୟାଣା ମୁଖ୍ୟମନ୍ତ୍ରୀ ନାୟବ ସିଂ ସୈନୀ ବିଜୟୀ ହୋଇଛନ୍ତି। ୯୦ ଆସନ ବିଶିଷ୍ଟ ବିଧାନସଭା ଆସନରେ ବିଜେପି ମ୍ୟାଜିକ୍‌‌ ନମ୍ବର ପାର କରିଛି। ତେବେ ହରିୟାଣାରେ ତୃତୀୟ ଥର ବିଜେପି ସରକାର କରିବା ସ୍ପଷ୍ଟ ହୋଇଛି।

ଅନ୍ୟପଟେ, ଧାରା ୩୭୦ ଉଚ୍ଛେଦ ହେବା‌ପରେ ପ୍ରଥମ ଥର ପାଇଁ ଜମ୍ମୁ-କଶ୍ମୀରରେ ବିଧାନସଭା ନିର୍ବାଚନ ହୋଇଛି। ଆଜି ପ୍ରକାଶ ପାଇଛି ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନର ଫଳାଫଳ। ଧାରା ୩୭୦ ଉଚ୍ଛେଦ ହେବା ପରେ ପ୍ରଥମ ଥର ପାଇଁ ଜମ୍ମୁ କଶ୍ମୀରରେ ମତଦାନ ହୋଇଥିଲା। ଆଉ ତାର ଫଳାଫଳ ଆଜି ପ୍ରକାଶ ପାଇଛି। ଜମ୍ମୁ-କଶ୍ମୀରର ୯୦ ଆସନ ମଧ୍ୟରୁ ୪୨ଟି ଆସନରେ ଜମ୍ମୁ-କଶ୍ମୀର ନେଶନାଲ କନଫରେନ୍ସ ବାଜି ମାରିଥିବାବେଳେ କଂଗ୍ରେସ ୬ଟି ଆସନରେ ବାଜି ମାରିଛି। ତେବେ ସେଠାରେ ବିଜେପିକୁ ନିରାଶ ହେବାକୁ ପଡିଛି।

Leave A Reply

Your email address will not be published.