thelifelinemedia
Latest Odisha News, Breaking News Today

ଟ୍ୱିନ୍‌ ସିଟିରେ କଡାକଡି ପୂଜା ସୁରକ୍ଷା, ସହର ଜଗିବେ ୧୦୨ ଫ୍ଲାଟୁନ ପୋଲିସ

ଆରମ୍ଭ ହୋଇଛି ପାର୍ବଣ। ଚଳଚଂଚଳ ପୂରପଲ୍ଲୀ। ମାଆ’ଙ୍କ ଆଗମନ ପାଇଁ ପୂଜା ମଣ୍ଡପ ଯେତିକି ସଜେଇ ହୋଇଛି, ଜନତାଙ୍କ ସୁରକ୍ଷା ପାଇଁ ସେତିକି ତତ୍ପର ହୋଇଛି ପୁଲିସ ବିଭାଗ। ପୂଜା ପାଇଁ କଟକ ଓ ଭୁବନେଶ୍ୱରରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଟ୍ରାଫିକ୍‌ ବ୍ୟବସ୍ଥା ଓ ଅପରାଧ ନିୟନ୍ତ୍ରଣ ଉପରେ ନଜର ରହିବ। ପ୍ରଥମ ଥର ପାଇଁ ମୁତୟନ ହେବେ କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବାହିନୀ।

ସେହିଭଳି ପୂଜା ସମୟରେ ସହରରେ ଭାରୀ ଯାନ କଟକଣା କରାଯାଇଥିବାବେଳେ ମଣ୍ଡପ ପାଖରେ ପାର୍କିଂ ପାଇଁ କଟକଣା ରହିଛି। ପୂଜା ପାଇଁ କଟକ ଓ ଭୁବନେଶ୍ୱରରେ ମୁତୟନ ହେବେ ୧୦୨ ଫ୍ଲାଟୁନ ପୁଲିସ ଫୋର୍ସ, ୨୦୦ ଅଧିକାରୀ। ଭୁବନେଶ୍ୱରରେ ୩୮ ଓ କଟକରେ ୬୪ ପ୍ଲାଟୁନ ପୁଲିସ ମୁତୟନ ହେବେ। ଭୁବନେଶ୍ୱରରେ ୧୮୭ ଓ କଟକରେ ୧୬୬ଟି ମେଢ଼ରେ ପୂଜା ଆୟୋଜନ କରାଯିବ।

Leave A Reply

Your email address will not be published.