thelifelinemedia
Latest Odisha News, Breaking News Today

ଦକ୍ଷିଣ କୋରିଆରେ ଘୂର୍ଣ୍ଣିବାତ୍ୟା ‘ହିନ୍ନାମନୋର’ର ତାଣ୍ଡବ

ସିଓଲ ୬।୯: ଦକ୍ଷିଣ କୋରିଆରେ ତାଣ୍ଡବ ରଚିଛି ସାମୁଦ୍ରିକ ବାତ୍ୟା ହିନ୍ନାମନୋର। ଏହା ଏବେ ଜାପାନ ଆଡକୁ ମୁହାଁଇଥିବା ବେଳେ ଦକ୍ଷିଣ କୋରିଆ ଭଳି ଜାପାନରେ ମଧ୍ୟ ବ୍ୟାପକ କ୍ଷୟକ୍ଷତି କରିବ ବୋଲି ଆଶଙ୍କା କରାଯାଉଛି। ବାତ୍ୟା ଏବେ ଘଣ୍ଟା ପ୍ରତି ୨୫୩ କିଲୋମିଟର ବେଗରେ ଜାପାନ ଆଢକୁ ମୁହାଁଇଛି। ସାମୁଦ୍ରିକ ବାତ୍ୟା ପ୍ରଭାବରେ ଭୀଷଣ ବର୍ଷା  ଅନେକ ଅଞ୍ଚଳକୁ ଜଳାର୍ଣ୍ଣବ କରିଛି। ବନ୍ୟା ବଳି ପରିସ୍ଥିତି ଉପୁଜିଥିବା ବେଳେ ଅନେକ ସଡ଼କ ବୁଡି ରହିଛି।

ପ୍ରାୟ ମଧ୍ୟରାତ୍ର ବେଳକୁ ହିନ୍ନାମନୋର ଜେଜୁ ଦ୍ୱୀପକୁ ଛୁଇଁଥିଲା। ଭୋର ୪ଟା ୫୦ ମିନିଟ୍‌ରେ କୋରିଆ ଉପଦ୍ୱୀପର ଦକ୍ଷିଣ ଉପକୂଳକୁ ପହଞ୍ଚିଥିଲା। ଉପକୂଳକୁ ପହଞ୍ଚିବା ସହ ବାତ୍ୟା ସମୁଦ୍ରକୁ ଚାଲିଯାଇଥିଲା। ଏଣୁ କୋରିଆରେ ସତର୍କତା ପ୍ରତ୍ୟାହାର ହୋଇଛି। ବାତ୍ୟା ଯୋଗୁ ବିଦ୍ୟୁତ ତାର ଛିଡିବା ଓ ଖୁଣ୍ଟ ଉପୁଡିବା ଯୋଗୁ ୬୬ ହଜାର ଘରକୁ ବିଦ୍ୟୁତ ସଂଯୋଗ ବିଛିନ୍ନ ହୋଇଛି। ବାତ୍ୟା ଯୋଗୁ ପ୍ରତି ଘଣ୍ଟା ୧୩୩ କିଲୋମିଟର ବେଗରେ ପବନ ବହିଥିଲା। ଫଳରେ ଜେଜୁ ଦ୍ୱୀପରେ ବ୍ୟାପକ କ୍ଷୟକ୍ଷତି ହୋଇଛି।

Leave A Reply

Your email address will not be published.