thelifelinemedia
Latest Odisha News, Breaking News Today

ଦଶହରାରେ ଶୁଖିଲା ରହିବ ପାଗ: ଓଡ଼ିଶା ଉପରେ ନାହିଁ ଲଘୁଚାପର ପ୍ରଭାବ 

ଭୁବନେଶ୍ୱର: ଏଥର ପୂଜା ମାହୋଲ ଭଲ ରହିବ। ଦଶହରା ପାଗ ଶୁଖିଲା ରହିବ। ଯଦିଓ ଲଘୁଚାପ ଦାନା ବାନ୍ଧୁଛି କିନ୍ତୁ ଓଡିଶା ଉପରେ ଏହାର ପ୍ରଭାବ ପଡ଼ିବନି। କାଁ ଭାଁ ସ୍ଥାନରେ ହାଲକା ବର୍ଷା ହୋଇପାରେ। ମୋଟାମୋଟି କହିବାକୁ ଗଲେ ଏଥର ଦଶହରାରେ ପାଗ ଶୁଖିଲା ରହିବ। ପୂର୍ବରୁ ଅନୁମାନ ହେଉଥିଲା ଯେ ପୂଜାରେ ବର୍ଷା ବାଧକ ସାଜିପାରେ ବୋଲି, କିନ୍ତୁ ଏବେ ପ୍ରାୟତଃ ଚିତ୍ର ସ୍ପଷ୍ଟ ଶୁଖିଲା ରହିବ ଦଶହରା ବଜାର। ଆଗାମୀ କିଛି ଦିନ ଧରି ରାଜ୍ୟରେ ବର୍ଷା ନାହିଁ। କୁମାର ପୂର୍ଣ୍ଣିମା ପର୍ଯ୍ୟନ୍ତ ବର୍ଷା ନାହିଁ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ କହିଛି। ପୂର୍ବରୁ ଦୁର୍ଗାପୂଜା ବର୍ଷାରେ ଫିକା ପଡ଼ିବ ବୋଲି ଅନୁମାନ କରାଯାଉଥିଲା। ପାଣିପାଗ କେନ୍ଦ୍ର ପକ୍ଷରୁ ବର୍ଷା ସମ୍ଭାବନା ନଥିବା କୁହାଯିବା ପରେ ଏଥର ଦୁର୍ଗାପୂଜା ଧୂମଧାମରେ ପାଳନ ହେବ ବୋଲି ଅନୁମାନ କରାଯାଉଛି ।

Leave A Reply

Your email address will not be published.