thelifelinemedia
Latest Odisha News, Breaking News Today

ଭରତପୁର ଥାନା ଘଟଣା: ନିଜ ଆଡୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କଲେ ରାଜ୍ୟ ମହିଳା କମିଶନ

ଭୁବନେଶ୍ୱର: ଭରତପୁର ଥାନା ଘଟଣାରେ ତଦନ୍ତ ଆରମ୍ଭ କଲେ ରାଜ୍ୟ ମହିଳା କମିଶନ। ଘଟଣାର ଗୁରୁତ୍ବ ଦେଖି ନିଜ ଆଡୁ ମାମଲା ରୁଜୁ କରିବା ସହିତ ତଦନ୍ତକୁ ଆଗକୁ ବଢ଼ାଇଛନ୍ତି ମହିଳା କମିଶନ।ଭରତପୁର ଥାନାରେ ଆର୍ମି ମେଜର ଗୁରୁବଂଶ ସିଂ ଓ ବାନ୍ଧବୀ ଅଙ୍କିତା ପ୍ରଧାନଙ୍କୁ ହୋଇଥିବା ନିର୍ଯାତନା ଘଟଣାକୁ ନେଇ ରାଜ୍ୟ ମହିଳା କମିସନ ତତ୍ପରତା ଦେଖାଇଛନ୍ତି । ଭରତପୁର ଥାନାରେ ତଦନ୍ତ ପାଇଁ ମହିଳା କମିସନ ଅଧ୍ୟକ୍ଷା ମିନତି ବେହେରା ଓ ତାଙ୍କ ଟିମ୍ ପହଞ୍ଚି ମାମଲା ସଂପର୍କରେ ପଚରଉଚରା କରିଥିବା ଜଣାଯାଇଛି। ମହିଳା କମିସନ ଅଧ୍ୟକ୍ଷା କହିଛନ୍ତି, ଶୀଘ୍ର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ଡିସିପିଙ୍କୁ ଚିଠି କରିଛୁ। ସଠିକ ତଦନ୍ତ କରାଯାଇ ଦୋଷୀକୁ ଦଣ୍ଡ ଦିଆଯାଉ ବୋଲି ଲେଖିଛୁ। ପୀଡ଼ିତାଙ୍କୁ ନିଶ୍ଚିତ ଭାବେ ନ୍ୟାୟ ମିଳିବ ବୋଲି ମୁଁ ଆଶାବାଦୀ। ରାଜଧାନୀରେ ଏଭଳି ଘଟଣା ନିନ୍ଦନୀୟ। ଅଙ୍କିତାଙ୍କ ସ୍ବାସ୍ଥ୍ୟ ବର୍ତ୍ତମାନ ଭଲ ଅଛି। କମିସନର ତରଫରୁ ଆମେ ତାଙ୍କ ବୟାନ ରେକର୍ଡ କରିଛୁ। ତାପରେ କମିଶନ ପକ୍ଷରୁ ଯାହା ପଦକ୍ଷେପ ନେବା କଥା ନିଆଯିବ କାଲି ଆମେ କ୍ରାଇମବ୍ରାଞ୍ଚ ସହ ଯୋଗାଯୋଗ କରିବୁ ତାପରେ ରିପୋର୍ଟ ଦେବୁ ।ବର୍ତ୍ତମାନ ତଦନ୍ତ ଚାଲିଛି ତଦନ୍ତ ସରିବା ପରେ ଆମେ ରିପୋର୍ଟ ଦେବୁ ବୋଲି ଗଣମାଧ୍ୟମକୁ କହିଛନ୍ତି ମିନତୀ ବେହେରା।

ଅନ୍ୟପଟେ ଏହି ଘଟଣାକୁ ଜାତୀୟ ମହିଳା କମିସନ(ଏନ୍ସିଡବ୍ଲ୍ୟୁ) ଗୁରୁତ୍ବର ସହ ନେଇଛନ୍ତି। ଗୋଟିଏ ସପ୍ତାହ ହେଲା ଏ ଘଟଣା ଘଟିଲାଣି, ୭ଦିନ ଭିତରେ କମିସନରେଟ୍ ପୁଲିସ କି ପଦକ୍ଷେପ ନେଇଛି, ସେସବୁର ବିସ୍ତୃତ ରିପୋର୍ଟ ଦେବାକୁ ଡିଜିପି ୱାଇ ବି ଖୁରାନିଆଙ୍କୁ ରିପୋର୍ଟ ମଗାଯାଇଛି। ଖୁବଶୀଘ୍ର ରିପୋର୍ଟ ଆସିଲେ ତୁରନ୍ତ କାର୍ଯ୍ୟନୁଷ୍ଠାନ ନେବ ବୋଲି କହିଛି ଜାତୀୟ ମହିଳା କମିସନ।

Leave A Reply

Your email address will not be published.