thelifelinemedia
Latest Odisha News, Breaking News Today

ଆତଙ୍କ ଖେଳାଉଛି ସ୍କ୍ରବ ଟାଇଫସ୍‌, ନେଲଣି ୪ ଜୀବନ

ଭୁବନେଶ୍ୱର: ବରଗଡ଼ ଜିଲାରେ ସଂପ୍ରତି ଚାଷୀମାନଙ୍କ ମଧ୍ୟରେ ସ୍କ୍ରବ ଟାଇଫସ ଆତଙ୍କ ଖେଳିଯାଇଛି। ଏପର୍ଯ୍ୟନ୍ତ ସରକାରୀ ହସ୍ପିଟାଲରେ ମାତ୍ର ୩ଟି ସ୍କ୍ରପ୍‌ ଟାଇଫସ୍‌ ରୋଗୀଙ୍କୁ ଚି଼ହ୍ନଟ କରାଯାଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ହେଲେ ବେସରକାରୀ ଆକଳନ ହିସାବରେ ବରଗଡ ଜିଲ୍ଲାରେ ଆକ୍ରାନ୍ତ ରୋଗୀଙ୍କ ସଂଖ୍ୟା ୨୦ରୁ ୨୫ ରହିଛି। ଗୋଟିଏ ସପ୍ତାହ ମଧ୍ୟରେ ପ୍ରାୟ ୪ ଜଣ ସ୍କ୍ରବ ଟାଇଫସ୍‌ ରୋଗୀଙ୍କ ମୃତ୍ୟୁ ହୋଇଥିବାବେଳେ ଆହୁରି ୫ ଜଣ ଗୁରୁତର ଅସୁସ୍ଥ ଅବସ୍ଥାରେ ମୃତ୍ୟୁ ସହିତ ସଂଗ୍ରାମ କରୁଥିବା ବେସରକାରୀ ସୂତ୍ରରୁ ଜଣାପଡ଼ିଛି। ବରଗଡ଼ ଜିଲା ଭେଡ଼େନ ବ୍ଲକର ବଗର୍ତ୍ତୀପାଲି ଗାଁର ଦୁର୍ଗା ବଗର୍ତ୍ତୀ ସ୍କ୍ରବ ଟାଇଫସ କାମୁଡ଼ାରେ ଗୁରୁତର ଅସୁସ୍ଥ ହୋଇ ଏକ ଘରୋଇ ନର୍ସିଂହୋମରେ ଚିକିତ୍ସିତ ଅବସ୍ଥାରେ ପ୍ରାଣ ହରାଇଥିଲେ । ଅଗଷ୍ଟ ୧୮ ତାରିଖରେ ଅମ୍ବାଭୋନା ବ୍ଲକ ବଙ୍ଗାପାଲି ଗ୍ରାମର ଚାଷୀ ସରୋଜ ପ୍ରଧାନ ସ୍କ୍ରବ ଟାଇଫସ କାମୁଡ଼ାରେ ଅସୁସ୍ଥ ହୋଇ ଦୀର୍ଘ ୨୦ ଦିନ ଧରି ମୃତ୍ୟୁ ସହିତ ସଂଗ୍ରାମ କଲା ପରେ ଗତ ୮ ତାରିଖରେ ବରଗଡ଼ର ଏକ ନର୍ସିଂହୋମରେ ତାଙ୍କର ମଧ୍ୟ ମୃତ୍ୟୁ ହୋଇଛି। ସେହିପରି ମଙ୍ଗଳବାର ପଦ୍ମପୁରର ୭୦ ବର୍ଷୀୟା ମହିଳା ସଖି ପ୍ରଧାନ ଏବଂ ବୁଧବାର ପଦ୍ମପୁରର ଜଣେ ୧୬ ବର୍ଷୀୟା ନାବାଳିକା ଶିଖା ରଣାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସ୍କ୍ରବ ଟାଇଫସ କାମୁଡ଼ାରେ ଗୁରୁତର ଅସୁସ୍ଥ ହୋଇଥିବା ଆହୁରି ୫ ଜଣ ଗୁରୁତର ଅସୁସ୍ଥ ଅବସ୍ଥାରେ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି।

ପଦ୍ମପୁର ବ୍ଲକ ସତୀଭଟା ଗ୍ରାମର ଉମେଶ କୁମାର ସୀତାର, ସୋହେଲା ବ୍ଲକ ଗଣ୍ଡପାଲିର ବାସନ୍ତୀ ମଲ୍ଲିକ, ଗାଇସିଲେଟ ବ୍ଲକ ଜନକେଡ଼ା ଗ୍ରାମର ସନ୍ତୋଷିନୀ ସାହୁ ଓ ପାଇକମାଲ ବ୍ଲକ କଟଙ୍ଗପାଲି ଗ୍ରାମର ବିଜୟୀ ଚାନ୍ଦଙ୍କ ସହିତ ଅନ୍ୟ ଜଣେ ସ୍କ୍ରବ ଟାଇଫସ ପୋକ କାମୁଡ଼ା ଯୋଗୁ ଅସୁସ୍ଥ ହୋଇ ବରଗଡ଼ର ଏକ ନର୍ସିଂହୋମରେ ଚିକିତ୍ସିତ ହେଉଛନ୍ତି। ଏହି ରୋଗୀମାନଙ୍କ ଅବସ୍ଥା ଗୁରୁତର ଅଛି। ପୋକ କାମୁଡ଼ାରୁ ଏହି ରୋଗ ହୋଇଛି ବୋଲି ଡାକ୍ତରଖାନା ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.