thelifelinemedia
Latest Odisha News, Breaking News Today

ପୁଣି ଟ୍ରେନ ଦୁର୍ଘଟଣା ପାଇଁ ଷଡ଼ଯନ୍ତ୍ର, ସୋଲାପୁରରେ ଅଳ୍ପକେ ବର୍ତ୍ତିଲା ଟ୍ରେନ

ସୋଲାପୁର: ମହାରାଷ୍ଟ୍ରର ସୋଲାପୁରରେ ଏକ ମାଲବାହୀ ଟ୍ରେନକୁ ଓଲଟାଇବାକୁ ଷଡଯନ୍ତ୍ର ହୋଇଥିବା ସୂଚନା। ସୋଲାପୁରର କୁର୍ଡୁବାଡି ଷ୍ଟେସନ ଠାରୁ ପ୍ରାୟ ଏକ କିମି ଦୂରରେ ଥିବା ରେଳ ଟ୍ରାକରେ ଏକ ବଡ଼ ସିମେଣ୍ଟ ପଥର ଦେଖିବାକୁ ମିଳିଛି। ହେଲେ ଲୋକୋ ପାଇଲଟଙ୍କ ସତର୍କତା ଯୋଗୁ ଟ୍ରେନ ଦୁର୍ଘଟଣାଗସ୍ତ ହେବାରୁ ଅଳ୍ପକେ ବର୍ତ୍ତିଯାଇଛି।ଭାରତୀୟ ରେଳବାଇ ଅନୁଯାୟୀ, ଅଗଷ୍ଟ ପରଠାରୁ ସାରା ଦେଶରେ ଟ୍ରେନକୁ ଦୁର୍ଘଟଣାଗସ୍ତ କରାଇବା ପାଇଁ ୧୮ଟି ଷଡ଼ୟନ୍ତ୍ର ହୋଇଛି। ଯେଉଁଥିରେ କି ଦୁବୁର୍ତ୍ତ ରେଳ ଟ୍ରାକରେ ଏଲପିଜି ସିଲିଣ୍ଡର, ବଡବଡ ସିମେଣ୍ଟ ବ୍ଲକ୍, ସ୍କ୍ରିନ୍, ପଥର ଆଦି ରଖାଯାଉଥିବା ନଜର ଆସିଛି। ଗତ ରବିବାର ଦିନ ଉତ୍ତରପ୍ରଦେଶର କାନପୁର ଏବଂ ରାଜସ୍ଥାନର ଆଜମେରରେ ଏଭଳି ଦୁଇଟି ଘଟଣା ଘଟିଛି। ରାଜସ୍ଥାନର ଆଜମେର ଜିଲ୍ଲାରେ ଟ୍ରେନ ଦୁର୍ଘଟଣା କରେଇବା ପାଇଁ ହୋଇଥିଲା ବଡ ଷଡ଼ଯନ୍ତ୍ର। ରେଳ ଟ୍ରାକରେ ବିଭିନ୍ନ ସ୍ଥାନରେ ପ୍ରାୟ ୭୦ କେଜି ଓଜନର ସିମେଣ୍ଟ ବ୍ଲକ ଦେଖିବାକୁ ମିଳିଛି। ଏହି ଷଡଯନ୍ତ୍ର ମାଧ୍ୟମରେ ମାଲବାହୀ ଟ୍ରେନକୁ ଓଲଟାଇବାକୁ ଉଦ୍ୟମ କରାଯାଇଥି ବା କୁହାଯାଉଛି।

ପ୍ରାୟ ୧ କିଲୋମିଟର ପର୍ଯ୍ୟନ୍ତ ରେଳ ଟ୍ରାକରେ ସିମେଣ୍ଟ ବ୍ଲକ ରଖାଯାଇଥିଲା।ଆଜମେରରେ ୭୦ କେଜି ଓଜନ ସିମେଣ୍ଟ ବ୍ଲକଗୁଡିକ ସରାଧନା ଏବଂ ବଙ୍ଗଡ ଗ୍ରାମ ଷ୍ଟେସନ ମଧ୍ୟରେ ୨ଟି ସ୍ଥାନରେ ରଖାଯାଇଥିବା ଦେଖିବାକୁ ମିଳିଥିଲା। ରେଳ ଟ୍ରାକରେ ସିମେଣ୍ଟ ବ୍ଲକଗୁଡିକୁ ଟ୍ରେନ ଧକ୍କା ଦେବା ସତ୍ତ୍ୱେ ରେନ୍‌‌ଟିର କୌଣସି କ୍ଷତି ହୋଇନଥିଲା।

Leave A Reply

Your email address will not be published.