thelifelinemedia
Latest Odisha News, Breaking News Today

ଅନଲାଇନରେ ମିଳିବ ଓଡ଼ିଆ ଘରର ପିଠା ପଣା

ଭୁବନେଶ୍ୱର: ଅନଲାଇନରେ ମିଳିବ ଓଡ଼ିଆ ଘରର ପିଠା ପଣା। ପିଜ୍ଜା ବର୍ଗର ଭଳି ଏବେ ଅନଲାଇନ ମାଧ୍ୟମରେ ଘରେ ବସି ପିଠା ଆଡର କରି ପାରିବେ ଆପଣ। ଖୁବ୍ ଶୀଘ୍ର ଏହି ଯୋଜନା ଆରମ୍ଭ ହେବ ବୋଲି କହିଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ସେ କହିଛନ୍ତି ଆମ ଘର ପିଠା ଯାହା କି ଲୁପ୍ତ ପ୍ରାୟ ହେଲାଣି। ମିଶନ ଶକ୍ତି ମା ମାନଙ୍କ ଜରିଆରେ ଓଡିଶାର ୩୦ଟି ଜିଲ୍ଲାରେ ଆମର ପାରମ୍ପରିକ ପିଠା ପଣା ପ୍ରସ୍ତୁତ ହେବ। ନୂଆଁ ଜେନେରେସନରେ ପିଜା ବର୍ଗର ପ୍ରତି ପ୍ରାଥମିକତା ଅଛି। ତାକୁ ଆଧାର କରି ଏହା ଆରମ୍ଭ ହେବାକୁ ଯାଇଛି। ମାର୍କେଟରେ ଯେଉଁ ଆପଣ ଖୋଜିଲେ ପାଉ ନାହାଁନ୍ତି। ତାକୁ ଆମେ ପ୍ରସ୍ତୁତ କରି ଘରେ ଘରେ ପହଞ୍ଚିଇବୁ। ମିଶନ ଶକ୍ତି ୟାର ରୂପ ରେଖ ତିଆରି କରୁଛି। ସେମାନେ ଏହି ଯୋଜନାର କେନ୍ଦ୍ରବିନ୍ଦୁ ସାଜିବେ। ଖୁବ ଶୀଘ୍ର ଅଳ୍ପ ଦିନ ଭିତରେ ସେଏହି ଯୋଜନା ଆରମ୍ଭ ହେଵ ବୋଲି ପ୍ରଭାତି ପରିଡା କହିଛନ୍ତି।

ଓଡିଆ ଘରର ବିଭିନ୍ନ ପ୍ରକାରର ପିଠା ଖାଇବାକୁ ଭାରି ସୁଆଦିଆ। ଯେଉଁ ପିଠା ଚାହିଁବେ ସେଇ ପିଠା ଏଣିକି ଅନ ଲାଇନରେ ପାଇବା ପାଇଁ ସରକାର ବ୍ୟବସ୍ଥା କରୁଛନ୍ତି। ମଣ୍ଡାଠାରୁ ଆରମ୍ଭ କରି ଚକୁଳି, ଆରିସା, କାକରା, ଚିତଉ ଭଳି ଘରେ ତିଆରି ହେଉଥିବା ପିଠା ଏଣିକି ଅନ ଲାଇନରେ ପାଇ ପାରିବେ।

 

 

Leave A Reply

Your email address will not be published.