ୟୁକ୍ରେନ ଉପରେ ଘନଘନ ଡ୍ରୋନ ଆକ୍ରମଣ କଲା ରୁଷ

ବ୍ୟୁରୋ: ୟୁକ୍ରେନ ଉପରେ ଘନ ଘନ ଆକ୍ରମଣ କଲା ରୁଷ। ଡ୍ରୋନ ମାଡ଼ରେ ୟୁକ୍ରେନର ଅଧିକାଂଶ ଅଞ୍ଚଳ କ୍ଷତିଗ୍ରସ୍ତ ହୋଇଛି।ଗତକାଲି ରାତିରେ ରୁଷ୍ ୬୭ଟି ଭୟଙ୍କର ଓ ବିପଜ୍ଜନକ ଡ୍ରୋନ୍ ସହ ୟୁକ୍ରେନର ରାଜଧାନୀ କିବ୍ ଉପରେ ଆକ୍ରମଣ କରିଥିଲା। ବିଭିନ୍ନ ଆବାସିକ ଅନୁଷ୍ଠାନ ସହିତ ଶିକ୍ଷାନୁଷ୍ଠାନ ଗୁଡିକ ଉପରେ ଡ୍ରୋନ ଆକ୍ରମଣ କରିଛି ରୁଷ। ୟୁକ୍ରେନ ସେନା କହିଛି ଯେ ରୁଷ୍ କିବ୍ ଉପରେ ସାରା ରାତି ଡ୍ରୋନ୍ ଆକ୍ରମଣ କରିଥିଲା। ତେବେ ୟୁକ୍ରେନ ବାୟୁସେନା ସେମାନଙ୍କ ମଧ୍ୟରୁ ୫୮ ଜଣଙ୍କୁ ଖସାଇ ଦେଇଥିବା ଦାବି କରିଛି। ରୁଷ୍ ଆକ୍ରମଣକୁ ଦୃଷ୍ଟିରେ ରଖି ୟୁକ୍ରେନର ଏୟାର ଡିଫେନ୍ସ ସିଷ୍ଟମକୁ ୧୧ଟି ଅଞ୍ଚଳରେ ସକ୍ରିୟ କରାଯାଇଛି।
ରୁଷ-ୟୁକ୍ରେନ ବିବାଦ ବିଶ୍ୱ ରାଜନୀତି, ଅର୍ଥନୀତି ଏବଂ ବିଶ୍ୱ ବଜାରରେ ଝଡ଼ ସୃଷ୍ଟି କରିଛି। ଦୁଇ ଦେଶ ମଧ୍ୟରେ ଚାଲିଥିବା ବିବାଦ ଏବେ ଆହୁରି ତୀବ୍ର ହୋଇଛି। ରୁଷ ଅଧିକ ଆକ୍ରମଣତ୍ମକ ହୋଇ ୟୁକ୍ରେନ ଉପରେ ଘନ ଘନ ଆକ୍ରମଣ କରି ଚାଲିଛି। ଲମ୍ବା ସମୟ ଧରି ୟୁକ୍ରେନ ରୁଷ ଯୁଦ୍ଧ ଜାରି ରହିଛି। କେବେ ସରିବ ତାର ହିସାବ ନାହିଁ। ଏଭଳି ସ୍ଥିତିରେ ଦୁଇ ଦେଶ ମଧ୍ୟରେ ବିବାଦ ତେଜିପାରେ ଲାଗିଛି। ଆକ୍ରମଣ ଓ ପ୍ରତି ଆକ୍ରମଣ ଜାରି ରହିଛି।