thelifelinemedia
Latest Odisha News, Breaking News Today

ହୀରାକୁଦରେ ବନ୍ଦ ହେଲା ୧୨ଟି ଗେଟ୍‌

ସମ୍ବଲପୁର: ହୀରାକୁଦରେ ବନ୍ଦ ହେଲା ଆଉ ୪ ଗେଟ୍‌ । ଏବେ ମୋଟ୍‌ ୨୮ଟି ଗେଟ୍‌ ଦେଇ ବନ୍ୟାଜଳ ପ୍ରବାହିତ ହେଉଛି । ସକାଳ ସମୟରେ ୪ଟି ଗେଟ୍‌ ବନ୍ଦ କରାଯାଇଥିବା ବେଳେ ମଧ୍ୟାହ୍ନରେ ଆଉ ୪ ଗେଟ୍‌ ବନ୍ଦ ହୋଇଥିଲା । ବର୍ତ୍ତମାନ ହୀରାକୁଦରୁ ୨୮ଟି ଗେଟ୍‌ ଦେଇ ଜଳ ନିଷ୍କାସିତ ହେଉଛି ।

ଖବର ଅନୁଯାୟୀ, ବୁଧବାରଠୁ ଉପରମୁଣ୍ଡରେ ବର୍ଷା ହେଉନାହିଁ । ପୂର୍ବ ତୁଳନାରେ ଉପରମୁଣ୍ଡରୁ କମ୍‌ ପାଣି ଆସୁଛି । ଏପିରିକି ତଳମୁଣ୍ଡରେ ମଧ୍ୟ ବର୍ଷା ହେଉନାହିଁ । ଯାହାଫଳରେ ହୀରାକୁଦ ଜଳଭଣ୍ଡାରରେ ଧୀରେ ଧୀରେ ଜଳସ୍ତର କମିବାରେ ଲାଗିଛି ।

ଯାହାକୁ ଦୃଷ୍ଟିରେ ରଖି ଆଜି ୧୨ଟି ଗେଟ୍‌ ବନ୍ଦ କରାଯାଇଛି । ସକାଳେ ମୋଟ୍‌ ୪୦ଟି ଗେଟ୍‌ ଦେଇ ବନ୍ୟାଜଳ ନିଷ୍କାସିତ ହେଉଥିବା ବେଳେ ଏବେ ୨୮ଟି ଗେଟ୍‌ ଦେଇ ବନ୍ୟା ଜଳ ଛଡାଯାଉଛି । ବର୍ତ୍ତମାନ ହୀରାକୁଦର ଜଳଭଣ୍ଡାରରେ ସକାଳ ଅପେକ୍ଷା କମ୍‌ ଜଳସ୍ତର ରହିଛି ।

Leave A Reply

Your email address will not be published.