କୋରେଇରେ ଜୋରଦାର ସନ୍ଧ୍ୟାରାଣୀଙ୍କ ଜୋରଦାର ପ୍ରଚାର, ହରାଇବାକୁ ବିଜେପି ସହିତ ହାତ ମିଶେଇଛନ୍ତି ବିଜେଡି ନେତା

ଭୁବନେଶ୍ୱର: କୋରେଇରେ ବିଜେଡି ପ୍ରାର୍ଥୀଙ୍କ ନାଁ ଘୋଷଣା କରିବା ପରେ ରାଜନୈତୀକ ମହାଲୋ ସରଗରମ ହୋଇଛି । କାରଣ ଏଥର ଦଳ ପ୍ରଣବ ପ୍ରକାଶ ଦାସଙ୍କ ମାଆ ସନ୍ଧ୍ୟାରାଣୀ ଦାସଙ୍କୁ ଟିକେଟ୍ ଦେଇଛି । ପୂର୍ବରୁ ଏହି ଆସନ ପାଇଁ ବିଧାୟକ ଅଶୋତ ବଳ, ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡେଇଙ୍କ ପତ୍ନୀ ତଥା ଅଭିନେତ୍ରୀ ଝିଲିକ ଭଟ୍ଟାଚାର୍ଯ୍ୟ ଏବଂ ପ୍ରଣବ ପ୍ରକାଶଙ୍କ ଭାଇ ଭବପ୍ରଦାସ ଦାସଙ୍କ ନାଁକୁ ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଥିଲା । ହେଲେ ଦଳ ସନ୍ଧ୍ୟାରାଣୀଙ୍କୁ ଟିକେଟ୍ ଦେଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । କୁହାଯାଉଛି କି କୋରେଇରେ ବବିଙ୍କ ମାଙ୍କ ସ୍ଥିତି ଭଲ ରହିଛି । ବବିଙ୍କ ପରି ତାଙ୍କ ମାଙ୍କୁ ମଧ୍ୟ ଯାଜପୁର ବାସିନ୍ଦା ଭରସା କରିବା ସହିତ ତାଙ୍କ ପ୍ରଚାର ପ୍ରସାରରେ ଲାଗି ପଡିଛନ୍ତି। ସେପଟେ ବବିଙ୍କ ମାଙ୍କୁ ହରାଇବା ପାଇଁ କୁଆଡେ ବିଜେଡିର ନେତା ବିଜେପି ସହିତ ହାତ ମିଶାଇଥିବା ଜଣାପଡିଛି । ତେବେ ଏହି କଥାରେ କେତେ ସତ୍ୟତା ରହିଛି ତାହା ଜଣା ପଡ଼ିନାହିଁ । ଅନ୍ୟପଟେ ଲୋକଙ୍କ ସମର୍ଥନ ଦେଖି ଲାଗୁଛି ଏଥର କୋରେଇ ବାସିନ୍ଦା ବବିଙ୍କ ମା ସନ୍ଧ୍ୟାରାଣୀଙ୍କ ଉପରେ ଭରସା କରିବା ସହିତ ଲକ୍ଷେ ଭୋଟ ବ୍ୟବଧାନରେ ଜିତଇବେ ବୋଲି ଆସ କରାଯାଉଛି ।