ସୋନିଆ ଗାନ୍ଧୀ କରୋନା ପଜିଟିଭ୍

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ କରୋନା । ଏଆଇସିସି ଅଧ୍ୟକ୍ଷା ସୋନିଆ ପୁଣି କରୋନା ସଂକ୍ରମିତ ହୋଇଛନ୍ତି । ଏନେଇ ଦଳର ବରିଷ୍ଠ ନେତା ଜୟରାମ ରମେଶ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ।
ଜୟରାମ କହିଛନ୍ତି ଯେ, ସୋନିଆ ଗାନ୍ଧୀ କୋଭିଜ୍-୧୯ ସଂକ୍ରମିତ ହୋଇଛନ୍ତି । ସେ ସରକାରଙ୍କ ଦ୍ୱାରା ଜାରି ପ୍ରୋଟକଲକୁ ପାଳନ କରୁଛନ୍ତି । ଏବେ ସେ ଆଇସୋଲେସନରେ ରହିଛନ୍ତି । ତାଙ୍କ ସଂସ୍ପର୍ଶରେ ଆସିଥିବା ଅନ୍ୟମାନେ କୋଭିଡ୍ ଟେଷ୍ଟ୍ କରାଇବାକୁ ରମେଶ କହିଛନ୍ତି ।
କିଛିଦିନ ପୂର୍ବରୁ ପ୍ରିୟଙ୍କା ଗାନ୍ଧୀ କରୋନା ସଂକ୍ରମିତ ହୋଇଥିଲେ । ତେବେ ଇଡିରେ ହାଜର ହେବା ସମୟରେ ମଧ୍ୟ ସୋନିଆ ସଂକ୍ରମିତ ହୋଇଥିଲେ । ଫଳରେ ସେ ହାଜର ହେବାକୁ ଅଧିକ ସମୟ ମାଗିଥିଲେ । ସୁସ୍ଥ ହେଲା ପରେ ତାଙ୍କୁ ଇଡି ପଚରାଉଚରା କରିଥିଲା ।