thelifelinemedia
Latest Odisha News, Breaking News Today

ରାଜ୍ୟକୁ କେନ୍ଦ୍ରର ନିର୍ଦ୍ଦେଶ

ନୂଆଦିଲ୍ଲୀ: ଡାଲି ଦରକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି କେନ୍ଦ୍ର ସରକାର । କେତେକ ବଜାରରେ କୃତ୍ରିମ ଅଭାବ ପରିସ୍ଥିତି ସୃଷ୍ଟି ହୋଇପାରେ । କିଛି ବର୍ଗ ଏଦିଗରେ ସକ୍ରିୟ ରହିଥିବା ଆଶଙ୍କା କରୁଛି କେନ୍ଦ୍ର । ଏଭଳି ସ୍ଥିତିରେ ବିଭିନ୍ନ ମହଜୁଦକାରୀଙ୍କ ନିକଟରେ ଥିବା ଡାଲି ମହଜୁଦ ସ୍ତରକୁ ତଦାରଖ କରିବା ପାଇଁ କେନ୍ଦ୍ର ପକ୍ଷରୁ ରାଜ୍ୟଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି ।

ଗଣମାଧ୍ୟମ ରିପୋର୍ଟ ଅନୁସାରେ, ୬ ସପ୍ତାହରେ ହରଡ଼ ଏବଂ ବିରି ଡାଲି ଦର ପ୍ରାୟ ୧୫% ବୃଦ୍ଧି ପାଇଲାଣି । ଶୁକ୍ରବାର ଖାଉଟି ବ୍ୟାପାର ବିଭାଗ ପକ୍ଷରୁ ସମସ୍ତ ରାଜ୍ୟଗୁଡ଼ିକୁ ନିର୍ଦ୍ଦେଶ ଜାରି କରାଯାଇଛି । ଅତ୍ୟାବଶ୍ୟକ ସାମଗ୍ରୀ ଆଇନ,୧୯୫୫ର ବିଭିନ୍ନ ବ୍ୟବସ୍ଥା ଅଧୀନରେ ହରଡ଼ ଡାଲି ବ୍ୟବସାୟୀମାନଙ୍କ ଦ୍ୱାରା ରଖାଯାଇଥିବା ଷ୍ଟକ୍‌ ସଂକ୍ରାନ୍ତ ତଥ୍ୟ ପ୍ରଘଟ କରିବା ପାଇଁ କୁହାଯାଇଛି ।

ଉକ୍ତ ଷ୍ଟକ୍‌କୁ ତଦାରଖ କରିବା ସହ ତଥ୍ୟର ଯାଞ୍ଚ କରିବା ପାଇଁ ରାଜ୍ୟଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି । ଷ୍ଟକ୍‌ ସଂକ୍ରାନ୍ତ ତଥ୍ୟକୁ ସାପ୍ତାହିକ ଭିତ୍ତିରେ ଖାଉଟି ବ୍ୟାପାର ବିଭାଗର ଅନ୍‌ଲାଇନ୍‌ ମନିଟରିଂ ପୋର୍ଟାଲରେ ଅପ୍‌ଲୋଡ୍‌ କରିବା ପାଇଁ ମହଜୁଦକାରୀମାନଙ୍କୁ ନିର୍ଦ୍ଦେଶ ଦେବା ନିମନ୍ତେ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ କୁହାଯାଇଛି ।

Leave A Reply

Your email address will not be published.