thelifelinemedia
Latest Odisha News, Breaking News Today

ସଂତୃପ୍ତଙ୍କୁ ଗ୍ରୀନ ସିଗନାଲ, କଟକରୁ ହୋଇପାରନ୍ତି ବିଜେଡି ଲୋକସଭା ପ୍ରାର୍ଥୀ !

ଭୁବନେଶ୍ୱର : କଟକରୁ ବିଜେଡି ଲୋକସଭା ପ୍ରାର୍ଥୀ ହୋଇ ପାରନ୍ତି ସଂତୃପ୍ତ ମିଶ୍ର। ଦଳ ତାଙ୍କୁ ଗ୍ରୀନ ସିଗନାଲ ଦେଇଥିବା ଚର୍ଚ୍ଚା ହେଉଛି। ଏବେ ବିଜେଡିର ରାଷ୍ଟୀୟ ମୁଖପାତ୍ର ଅଛନ୍ତି ସଂତୃପ୍ତ ମିଶ୍ର। କଟକରୁ ଛଅ ଥର ଲୋକସଭା ସାଂସଦ ରହି ଆସିଥିବା ଭର୍ତ୍ତୃହରି ମହତାବ ବିଜେଡିରୁ ଇସ୍ତଫା ଦେବା ପରେ ଏବେ କଟକ ରାଜନୀତିରେ ନୂଆ ସମୀକରଣ ସୃଷ୍ଟି ହୋଇଛି। ଭର୍ତ୍ତୃହରି କଟକରେ ବିଜେଡିରୁ ଛଅ ଥର ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି। ହେଲେ ନିକଟରେ ବିଜେଡିରୁ ଇସ୍ତଫା ଦେବା ପରେ କଟକ ଲୋକସଭା ଆସନକୁ ନେଇ ବିଜେଡି ବିଚାର କରିଛି। କୁହା ଯାଉଛି ଏଥର ଦଳ କଟକ ଲୋକସଭା ଆସନ ପାଇଁ ସଂତୃପ୍ତ ଉପରେ ଭରସା କରି ପାରେ। ଯଦିଓ ସଂତୃପ୍ତଙ୍କ ଜନ୍ମ ପୁରୀରେ କିନ୍ତୁ ସେ କଟକ ପାଣିପାଗ ସହିତ ଭଲ ଭାବେ ଜଡିତ ଅଛନ୍ତି। କଟକରେ ସେ ସ୍କୁଲିଙ୍ଗ ଓ କଲେଜରେ ପାଠ ପଢିଛନ୍ତି। କଟକ ଲୋକଙ୍କ ସହିତ ତାଙ୍କର ଭଲ ସମ୍ପର୍କ ଅଛି। ତେଣୁ ତାଙ୍କୁ ଏଥର କଟକ ଲୋକସଭା ପାଇଁ ବିଜେଡି ପ୍ରାର୍ଥୀ କରିପାରେ ବୋଲି ଚର୍ଚ୍ଚା ହେଉଛି।
କିଛିଦିନ ତଳେ ସଂତୃପ୍ତ ବିଜେଡିରେ ଯୋଗ ଦେଇଥିଲେ। କର୍ପୋରେଟ ଜଗତରେ ନାଁ କମେଇ ଥିବା ସଂତୃପ୍ତ ରାଜନୀତି ଯାତ୍ରା ବିଜେଡି ସହିତ ଆରମ୍ଭ କରିଛନ୍ତି। ବିଜେଡିରେ ଯୋଗ ଦେବା ପରେ ଦଳୀୟ କାର୍ଯ୍ୟକ୍ରମରେ ସାମିଲ ହେଉଛନ୍ତି। ଏମିତି କଟକରେ ତାଙ୍କୁ ବିଭିର୍ଣ୍ଣ କାର୍ଯ୍ୟକ୍ରମରେ ଦେଖିବାକୁ ମିଳୁଛି। ତେଣୁ ଏଥର ସେ କଟକ ଲୋକସଭା ପାଇଁ ବିଜେଡି ତରଫରୁ ପ୍ରାର୍ଥୀ ହୋଇପାରନ୍ତି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।

Leave A Reply

Your email address will not be published.