thelifelinemedia
Latest Odisha News, Breaking News Today

ବିଗିଡିଲା ରାଜୁ ଶ୍ରୀବାସ୍ତବଙ୍କ ସ୍ଵାସ୍ଥ୍ୟାବସ୍ଥା

ମୁମ୍ବାଇ : ଜଣାଶୁଣା କମେଡିଆନ୍ ରାଜୁ ଶ୍ରୀବାସ୍ତବଙ୍କୁ ନେଇ ବଡ ଖବର ସାମ୍ନାକୁ ଆସିଛି । ଅଚାନକ ତାଙ୍କରସ୍ୱାସ୍ଥ୍ୟ ବିଗିଡିଯିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କିନ୍ତୁ ବର୍ତ୍ତମାନ ତାଙ୍କ ସ୍ଵାସ୍ଥ୍ୟବସ୍ଥା ଭଲ ନାହିଁ। ତାଙ୍କ ପାଇଁ ପ୍ରାର୍ଥନା ଆବଶ୍ୟକ ଜରୁରୀ । ସୂଚନା ଥାଉକି, ସେ ହୃଦଘାତର ଶିକାର ହୋଇଥିଲେ । ତାଙ୍କ ଭାଇ ଓ ରାଜୁଙ୍କ ପିଆରଓ ଏନେଇ ସ୍ପଷ୍ଟ କରିଛନ୍ତି।

ରାଜୁ ଶ୍ରୀବାସ୍ତବ ହୋଟେଲରେ ଜିମ୍ ଓ୍ୱାର୍କଆଉଟ କରୁଥିଲେ। ଏପରିକି ଟ୍ରେଡମିଲରେ ବ୍ୟାୟାମ କରୁଥିଲେ । ସେହି ସମୟରେ ତାଙ୍କୁ ହାର୍ଟଆଟାକ ହୋଇଥିଲା । ଫଳରେ ସେ ତଳେ ଗଳିପଡିଥିଲେ । ଏହା ପରେ ରାଜୁଙ୍କୁ ସଂଗେ ସଂଗେ ହସ୍ପିଟାଲକୁ ନିଆଯାଇଥିଲା । ପରେ ତାଙ୍କର ଆଞ୍ଜିଓପ୍ଲାଷ୍ଟି ହୋଇଥିଲା। ଡାକ୍ତରଙ୍କ ଏକ ଟିମ୍ ତାଙ୍କର ଚିକିତ୍ସା ଜାରି ରଖିଛନ୍ତି। ସୂତ୍ରରୁ ପ୍ରକାଶ ଯେ ରାଜୁଙ୍କ ଅବସ୍ଥା ଗୁରୁତର ରହିଛି। ଅସୁସ୍ଥତା ଖବର ଆସିବା ପରଠାରୁ ତାଙ୍କ ପ୍ରଶଂସକଙ୍କ କୋଟି କୋଟି ନିରାଶାରେ ଅଛନ୍ତି ଏବଂ ସମସ୍ତେ ତାଙ୍କ ମଙ୍ଗଳ ପାଇଁ ପ୍ରାର୍ଥନା କରୁଛନ୍ତି।

Leave A Reply

Your email address will not be published.