thelifelinemedia
Latest Odisha News, Breaking News Today

ନିର୍ବାଚନ ପରେ ମେଣ୍ଟ, ସଂକେତ ଦେଲେ ମନମୋହନ

ଭୁବନେଶ୍ୱର : ରାଜ୍ୟରେ ମେଣ୍ଟ ଚର୍ଚ୍ଚାରେ ପଡିଲା ପୂର୍ଣ୍ଣଛେଦ। ରାଜ୍ୟ ବିଜେପି ସଭାପତି ମନ ମୋହନ ସାମଲ ଏ ନେଇ ସ୍ପଷ୍ଟତା ଆଣିଛନ୍ତି। କିନ୍ତୁ ମନମୋହନଙ୍କ ଟ୍ୱିଟରୁ ଏ କଥା ସ୍ପଷ୍ଟ ଯେ ନିର୍ବାଚନ ପରେ ବିଜେଡି ବିଜେପି ଅଘୋଷିତ ମେଣ୍ଟ କରି ପାରନ୍ତି। ସୋସିଆଲ ମିଡ଼ିଆ X ରେ ମେଣ୍ଟ ଚର୍ଚ୍ଚାକୁ ନେଇ ସ୍ପଷ୍ଟତା ଆଣିଥିଲେ ମନ ମୋହନ। କହିଥିଲେ ବିଜେପି ଏକାକୀ ଲଢ଼ିବ।147 ବିଧାନସଭା ଓ 21ଲୋକସଭା ଆସନରେ ଦଳ ଲଢ଼ିବ। କିନ୍ତୁ ବିଜେଡି ବିରୁଦ୍ଧରେ ପଦୁଟିଏ ଲେଖିଲେ ନି। ବରଂ ଆରମ୍ଭରୁ ନବୀନଙ୍କୁ କୃତଜ୍ଞତା ଜଣାଇଲେ। ଲେଖିଲେ ଗତ ୧୦ ବର୍ଷ ଧରି ଶ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଓଡ଼ିଶାର ବିଜୁ ଜନତା ଦଳ (ବିଜେଡି) ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାରଙ୍କୁ ରାଷ୍ଟ୍ରୀୟ ମହତ୍ତ୍ବ ଥିବା ଅନେକ ପ୍ରସଙ୍ଗରେ ସମର୍ଥନ କରିଆସୁଛି । ଏଥିପାଇଁ ଆମେ ତାଙ୍କୁ ଧନ୍ୟବାଦ ଜଣାଉଛୁ ।

ଏଥିରୁ ସ୍ପଷ୍ଟ ଯେ ରାଜ୍ୟ ବିଜେପି ବିଜେଡି ବିରୁଦ୍ଧରେ ନରମ ଆଭିମୁଖ୍ୟ ପୋଷଣ କରୁଛି।ରାଜ୍ୟ ବିଜେପିର କେନ୍ଦ୍ରୀୟ ନେତୃତ୍ୱ ହୁଅନ୍ତୁ ଅବା ପ୍ରଧାନମନ୍ତ୍ରି ମୋଦି ବିଜେଡି ବିରୁଦ୍ଧରେ କଡା ଶବ୍ଦ କହୁ ନାହାନ୍ତି। ନରମ ଆଭିମୁଖ୍ୟ ପୋଷଣ କରୁଛନ୍ତି। ଠିକ ସେଇଭଳି ରାଜ୍ୟ ବିଜେପି ସଭାପତିଙ୍କ ଏଇ ଟ୍ୱିଟରୁ ବୁଝା ପଡୁଛି କି ବିଜେଡି ବିରୁଦ୍ଧରେ ସଫ୍ଟ ଆଭିମୁଖ୍ୟ ରଖିଛି ବିଜେପି। ଅର୍ଥାତ ନିର୍ବାଚନ ପରେ ଦୁହେଁ ଏକାଠି ମିଶିବେ. ଅଘୋଷିତ ମେଣ୍ଟ କରିବେ ବୋଲି ବୁଝା ପଡୁଛି।

ରାଜ୍ୟରେ ମେଣ୍ଟକୁ ନେଇ ଲାଗି ରହିଥିବା ଚର୍ଚ୍ଚାରେ ଅବସାନ ଘଟିଛି. ରାଜ୍ୟ ବିଜେପି ସଭାପତି ମନ ମୋହନ ସାମଲଙ୍କ ପରେ ବିଜେଡି ମଧ୍ୟ୍ୟ ସ୍ପଷ୍ଟ କରିଛି ଆମେ ଏକାକୀ ନିର୍ବାଚନ ଲଢ଼ିବୁ. ସମସ୍ତ ବିଧାନସଭା ଓ ଲୋକସଭା ଆସନରେ ବିଜେଡି ଏକାକୀ ଲଢ଼ିବ.

Leave A Reply

Your email address will not be published.