ବିହାରରେ ଆସନ ଭାଗବଣ୍ଟା , ଏନଡିଏର ଟାର୍ଗେଟ ୪୦ରୁ ୪୦

ନୂଆଦିଲ୍ଲୀ: ବିହାରରେ ହେଲା ସିଟ ଭାଗବଣ୍ଟା। ବହୁ ବିଚାର ବିମର୍ଷ ପରେ ଶେଷରେ ଅଙ୍କ ଛିଣ୍ଡିଲ। ବିଜେପି ୧୭ ଟି ଆସନରେ ଲଢ଼ିବ , ଜେଡିୟୁ ଲଢିବ ୧୬ଟି ସିଟରେ, ସେହିପରି ଚିରାଗ ପାସୱାନ ରାମବିଳାଶ ଦଳ ୫ ଟି ଆସନରେ ଲଢ଼ୁଥିବା ବେଳେ ଏଚଏଏମ ଏବଂ ଆରଏଲପି ଗୋଟିଏ ଲେଖାଏ ଆସନରେ ଲଢ଼ିବେ। ସମୁଦାୟ ୪୦ ଲୋକସଭା ଆସନରୁ ଏନଡିଏ ସବୁ ଆସନ ପାଇଁ ପ୍ରାର୍ଥୀ ଦେଇଛି। ଏଥର ୪୦ରୁ ୪୦ ଆସନ ପୋଛି ନେବା ପାଇଁ ଏନଡିଏ ଟାର୍ଗେଟ ରଖିଛି। ୨୦୧୯ ମସିହାରେ ବିଜେପି ୧୭ ଟି ଆସନରେ ଲଢିଥିଲା। ଏଥର ମଧ୍ୟ ସେଇ ୧୭ଟି ଆସନରେ ଲଢ଼ିବାକୁ ଯାଉଛି। ପୂର୍ବରୁ ୨୦୧୯ ଲୋକସଭା ଆସନ ନିର୍ବାଚନ ପାଇଁ ଏନଡିଏ ଯେଉଁ ରଣନୀତି କରିଥିଲା ଏଥର ମଧ୍ଯ ସେହି ଫର୍ମୁଲାରେ ଦଳ ଲଢିବ। ଚିରାଗ ପାସୱାନ କହିଛନ୍ତି ଏଥର ବିହାରରେ ଜୋରଦାର ଲଢ଼େଇ ହେବ। ମୋଦିଙ୍କ ହାତ ମୁଠାକୁ ଟାଣ କରିବା ପାଇଁ ଆମେ ସମସ୍ତେ ପରିଶ୍ରମ କରିବା ବୋଲି ଚିରାଗ କହିଛନ୍ତି। ୨୦୧୯ ମସିହାରେ ଏନଡିଏର କଳେବର ଯାହା ଥିଲା ଏବେ ତାହା ବୃଦ୍ଧି ପାଇଛି। ଏଥର ଏନଡିଏରେ ଦୁଇଟି ନୂଆ ଦଳ ଯୋଗ ଦେଇଛନ୍ତି।ତେଣୁ ଏଥର ୪୦ ରୁ ୪୦ ଆସନ ହେତେଇବା ସହଜ ବୋଲି ବିଜେପି କହିଛି।
ଏଥର ମୋଦିଙ୍କ ନାରା ଅବ କି ବାର ୪୦୦ ପାର। ଏନଡିଏର ବଡ଼ ଟାର୍ଗେଟ । ସେଥିପାଇଁ ବଳ ଗୋଟାଉଛି ଏନଡିଏ । ଏହି କ୍ରମରେ ଦଳ ବିହାରରେ ଶକ୍ତିଶାଳୀ ହେଇ ନିର୍ବାଚନ ଲଢିବା ନେଇ ଯୋଜନା କରିଛି। ବିହାରରେ ସବୁ ପର୍ଯ୍ୟାୟ ଅର୍ଥାତ ୭ଟି ପର୍ଯ୍ୟାୟରେ ନିର୍ବାଚନ ହେବ।ନିର୍ବାଚନ ତାରିଖ ଆସିବା ପରେ ରାଜନୈତିକ ଶିବିର ଚଳଚଞ୍ଚଳ ହୋଇପଡିଛି। ଏଥର ଦେଶରେ ୭ଟି ପର୍ଯ୍ୟାୟରେ ନିର୍ବାଚନ ହେବ। ବିହାରରେ ସବୁ ପର୍ଯ୍ୟୟରେ ହେବ ନିର୍ବାଚନ।