thelifelinemedia
Latest Odisha News, Breaking News Today

ମେଣ୍ଟକୁ ନେଇ ପଜିଟିଭି ସିଗନାଲ୍, ମୋଦି- ନଡା ନେବେ ନିଷ୍ପତ୍ତି

ନୂଆଦିଲ୍ଲୀ: ଓଡ଼ିଶାରେ ସମ୍ଭାବ୍ୟ ମେଣ୍ଟ ସମ୍ପର୍କରେ ବଡ଼ ବୟାନ ଦେଇଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହ। ମେଣ୍ଟ ଶବ୍ଦ ବ୍ୟବହାର ନ କରି ପରୋକ୍ଷରେ ଗ୍ରୀନ ସିଗ୍ନାଲ ଦେଇଛନ୍ତି ଶାହ। କହିଛନ୍ତି ଏ ବିଷୟରେ ମୁଁ ବେଶୀ କିଛି କହିବିନି। ଆମ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଓ ପ୍ରଧାନମନ୍ତ୍ରୀ ନିଷ୍ପତ୍ତି ନେବେ। କେବଳ ଏତିକି କହିବି ବିଜେପି ଏଥର ଓଡ଼ିଶାରେ ଭଲ ପ୍ରଦର୍ଶନ କରିବା। ଲୋକସଭା ହେଉ କି ବିଧାନସଭା ଉଭୟ କ୍ଷେତ୍ରରେ ଦଳ ବହୁତ୍ ଭଲ ପ୍ରଦର୍ଶନ କରିବ। ଓଡ଼ିଶାରେ ବିଜେପି କେମିତି ଆଗକୁ ଯିବ ତାହା ସ୍ଥିର ହୋଇନି। କିନ୍ତୁ ଦଳ ଭଲ କରିବା। ଏକ ଜାତୀୟ ଗଣ ମାଧ୍ୟମରେ ଯୋଗ ଦେଇ ଓଡ଼ିଶାରେ ସମ୍ଭାବ୍ୟ ମେଣ୍ଟ ପ୍ରଶ୍ନରେ କିଛି ଏଭଳି ଉତ୍ତର ରଖିଛନ୍ତି କେନ୍ଦ୍ରଗୃହ ମନ୍ତ୍ରୀ ଅମିତ୍ ଶାହ।

ଏକ ନମ୍ବର ଓ ଦୁଇ ନମ୍ବର ଦଳ ମେଣ୍ଟ କରିବା ସମ୍ଭବ କି ? ଓଡ଼ିଶା ପ୍ରସଂଗରେ ଦ୍ୱିତୀୟ ପ୍ରଶ୍ନରେ ଅମିତ୍ ଶାହା ଅତି ଚତୁରତାର ସହିତ ଉତ୍ତର ରଖିଥିଲେ। କହିଥିଲେ ଆମେ ହାର୍ଡ କୋର ରାଜନୀତି କରୁଛୁ, ଦର୍ଶନ ବା philosophy ସ୍ଥାନ ଏଠି ନାହିଁ। ହାର ଜିତର ଗଣିତ ଏବଂ ଦଳର ବିଚାରଧାରାକୁ ଆଧାର କରି ସାଥୀ ଚୟନ କରାଯାଏ। ଉଭୟ ପ୍ରସଙ୍ଗରେ ସମାନତା ରଖି ମେଣ୍ଟ ପ୍ରସଙ୍ଗରେ ନିଷ୍ପତ୍ତି ନିଆଯାଇଥାଏ।

ଅମିତ୍ ଶାହଙ୍କ ଏଇ କେଇ ପଦ କଥା ବୟାନ କରୁଛି ଯେ ଓଡ଼ିଶାରେ ମେଣ୍ଟ ସମ୍ଭବନା ଅଛି। ମେଣ୍ଟ ବଲ ଏବେ ପ୍ରଧାନମନ୍ତ୍ରୀ ଙ୍କ କୋର୍ଟରେ। ମୋଦିଙ୍କ ପାଖରେ ଅଟକିଛି ଶେଷ ନିଷ୍ପତ୍ତି

ବିଗତ କିଛି ଦିନ ଧରି ସାରା ରାଜ୍ୟରେ ମେଣ୍ଟ ଚର୍ଚ୍ଚା ଲାଗି ରହିଛି। କେତେବେଳେ ମେଣ୍ଟକୁ ନେଇ ହିଁ ପୁଣି କେତେବେଳେ ନା। ଏ ସବୁ ଭିତରେ ଅମିତ୍ ଶାହ ସଙ୍କେତ ଦେଇଛନ୍ତି ଯେ ଓଡିଶାର ମେଣ୍ଟ ହେବ। ଖୁବ୍ ଶୀଘ୍ର ଏ ନେଇ ନିଷ୍ପତ୍ତି ନିଆଯିବ । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଓ ପ୍ରଧାନମନ୍ତ୍ରୀ ଖୁବ୍ ଶୀଘ୍ର ଏ ନେଇ ନିଷ୍ପତ୍ତି ଜଣାଇବେ।

Leave A Reply

Your email address will not be published.