thelifelinemedia
Latest Odisha News, Breaking News Today

ଓଡ଼ିଶାରେ ମେଣ୍ଟ ହେବନି : ରାଜ୍ୟ ବିଜେପି ସଭାପତି

ଭୁବନେଶ୍ୱର: ଓଡ଼ିଶାରେ ମେଣ୍ଟ ନେଇ କୌଣସି ଆଲୋଚନା ହେଇନି। ବିଜେପି ଏକାକୀ ଲଢିବ। ସବୁ ସିଟରେ ବିଜେପି ତାର ପ୍ରାର୍ଥୀ ଦେବ। ଓଡ଼ିଶାରେ ମେଣ୍ଟକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ଏହି ବୟାନକୁ ନେଇ ରାଜ୍ୟ ରାଜନୀତିରେ ନୂଆ ଚର୍ଚ୍ଚା ସୃଷ୍ଟି ହୋଇଛି। ମେଣ୍ଟ ଚର୍ଚ୍ଚାକୁ ଖୋଲା ଖୋଲି ନା କହିଛନ୍ତି। ଦିଲ୍ଲୀରେ ମେଣ୍ଟ ନେଇ କୌଣସି ଆଲୋଚନା ହୋଇ ନଥିବା କଥା ସେ କହିଛନ୍ତି। ଦିଲ୍ଲରୁ ଫେରି ଭୁବନେଶ୍ୱର ଫେରିବା ପରେ ଏହି ପ୍ରତିକ୍ରିୟା ଦେଇଛନ୍ତି ମନମୋହନ ସାମଲ। ସେ କହିଛନ୍ତି ନିର୍ବାଚନ ପ୍ରସ୍ତୁତି ମିଟିଂ ଓ ଅନ୍ୟ କଥାକୁ ନେଇ ଶୀର୍ଷ ନେତୃତ୍ ସହ କଥା ବାର୍ତ୍ତା ହେଲା। କେବଳ ଏଇ ବାବଦରେ ଆଲୋଚନା ହୋଇଥିବା କଥା ସେ କହିଛନ୍ତି।

ସଫା ସଫା ମନା କରି ମନମୋହନ କହିଲେ କିଛି ବି ମେଣ୍ଟ ବିଷୟରେ ଆଲୋଚନା କି ଚର୍ଚ୍ଚା ହୋଇନି। ଆଗରୁ ବି ଆପଣଙ୍କୁ କହିଛି ଓଡ଼ିଶାରେ କେମିତି ସରକାର ହେବ ସେ ନେଇ ପ୍ରସ୍ତୁତି ମିଟିଂ ରହିଥିଲା। ରାଜ୍ୟରେ ଏକାକୀ ବିଜେପି ଲଢିବ ଉଭୟ ଲୋକସଭା ଓ ବିଧାନସଭା। ଓଡିଶା ବାବଦରେ କିଛି ଆଲୋଚନା ହୋଇନି ।

ରାଜ୍ୟ ବିଜେପି ସଭାପତିଙ୍କ ଏହି ବୟାନ ପରେ ମେଣ୍ଟ ଚର୍ଚ୍ଚାରେ ନୂଆ ସମୀକରଣ ତିଆରି ହୋଇଛି। ପୂର୍ବରୁ ବିଜେପିର ବରିଷ୍ଠ ନେତା ତଥା ସାଂସଦ ଜୁଏଲ ଓରାମ ମେଣ୍ଟ ହେବା ନେଇ ସଙ୍କେତ ଦେଇଥିଲେ। କହିଥିଲେ ମେଣ୍ଟ ଚର୍ଚ୍ଚା ନେଇ ଆଲୋଚନା ହୋଇଛି। କେନ୍ଦ୍ରୀୟ ନେତୃତ୍ଵ ଯାହା ନିଷ୍ପତ୍ତି ନେବେ । କିନ୍ତୁ ଅନ୍ୟପଟେ ରାଜ୍ୟ ବିଜେପି ସଭାପତିଙ୍କ ମନ୍ତବ୍ୟ ଆଉ କିଛି କହୁଛି। ଏବେ ଦେଖିବାର କଥା ଏ ଚର୍ଚ୍ଚା ଆଗକୁ କି ରୂପ ନେଉଛି। ମେଣ୍ଟ ନେଇ କେବେ ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସୁଛି ତାକୁ ଅପେକ୍ଷା।

Leave A Reply

Your email address will not be published.