thelifelinemedia
Latest Odisha News, Breaking News Today

ଭୁବନେଶ୍ୱରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

କଟକ: ଓଡିଶାରେ ଗୃହମନ୍ତ୍ରୀ ଅମିତ ଶାହ । ଆଜି ଭୁବନେଶ୍ୱର ଓ କଟକରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ପବିତ୍ର ଶ୍ରାବଣ ଶେଷ ସୋମବାରରେ ଶ୍ରୀ ଲିଙ୍ଗରାଜଙ୍କୁ ଦର୍ଶନ କରିବେ । ଶାହଙ୍କ ଓଡ଼ିଶା ଗସ୍ତ ନେଇ ଚଳଚଞ୍ଚଳ ବିଜେପି କ୍ୟାମ୍ପ । ନେତାଙ୍କଠାରୁ କର୍ମୀଙ୍କ ପର୍ଯ୍ୟନ୍ତ ସମସ୍ତେ ଉତ୍ସାହିତ ।

ତେବେ ଜବାହରଲାଲ ନେହେରୁ ଇନଡୋର୍ ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଥିବା ପ୍ରଜାତନ୍ତ୍ରର ୭୫ ତମ ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ଅମିତ ଶାହ। ରବିବାର ରାତିରେ ଭୁବନେଶ୍ବରରେ ପହଞ୍ଚିଥିଲେ ଶାହ। ତାଙ୍କ ସହ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆସିଥିଲେ । ଭୁବନେଶ୍ୱର ବିମାନ ବନ୍ଦରରେ ସ୍ୱାଗତ ପାଇଁ କର୍ମୀ ଭିଡ଼ ଜମାଇଥିଲେ। ସ୍ୱାଗତ ପାଇଁ ପାରମ୍ପରିକ ନୃତ୍ୟଗୀତରେ ଦୁଲୁକୁଥିଲା ଏୟାରପୋର୍ଟ ।

ଦଳୀୟ କର୍ମୀ ଓ ହଜାର ହଜାର ଜନସାଧାରଣ ହାତରେ ତ୍ରିରଙ୍ଗା ଧରିବା ସହ ପାରମ୍ପାରିକ ପୋଷାକ, ଲୋକକଳା, ଗୀଚ ନୃତ୍ୟ ସହ ବାଦ୍ୟ ଯନ୍ତ୍ର ବଜାଇ ଶାହାଙ୍କୁ ସ୍ବାଗତ କରିଥିଲେ । ଶାହଙ୍କ ଗସ୍ତକୁ ନେଇ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ସୁରକ୍ଷା ପାଇଁ ୩୦ ପ୍ଲାଟୁନ ପୋଲିସ ଫୋର୍ସ ସହ ବରିଷ୍ଠ ପୋଲିସ ଅଧିକାରୀ, ଟ୍ରାଫିକ କର୍ମଚାରୀ ଓ ଅଧିକାରୀ ମୁତୟନ କରାଯାଇଛି।

Leave A Reply

Your email address will not be published.