ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ବିଜୟ ମହାପାତ୍ର

ଭୁବନେଶ୍ୱର: ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ର ଗତକାଲି ବିଜେଡିରେ ଯୋଗ ଦେଇଥିଲେ । ଆଜି ବିଜୟ ମହାପାତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
ସେ କହିଛନ୍ତି,‘‘ମୁଖ୍ୟମନ୍ତ୍ରୀ ପୁଅକୁ ଆଶୀର୍ବାଦ ଦେଲେ, ଭଲ ହେଲା । ମୁଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଉଛି । ମୁଖ୍ୟମନ୍ତ୍ରୀ ଆଶୀର୍ବାଦ ଦେଇଥିବା ନେଇ ପୁଅ ଆସି କହିଥିଲା ।’’