ଅବିବାହିତ ମହିଳାଙ୍କୁ ଗର୍ଭପାତ ନିୟମ ଅଧିନରେ ଆଣିବା ପକ୍ଷରେ ଅଛନ୍ତି ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଅବିବାହିତ ମହିଳାଙ୍କୁ ଗର୍ଭପାତ ନିୟମ ଅଧିନରେ ଆଣିବା ପକ୍ଷରେ ରହିଛନ୍ତି ସୁପ୍ରିମକୋର୍ଟ। ଗର୍ଭପାତ ଓ ମେଡିକାଲ ଟରମିନେସନରେ ବିବାହିତ ଓ ଅବିବାହିତ ମହିଳାଙ୍କ ମଧ୍ୟରେ କୌଣସି ଭେଦଭାବ ରହିବା କଥା ନୁହେଁ ବୋଲି ସୁପ୍ରିମକୋର୍ଟ ଜୋର୍ ଦେଇଛନ୍ତି।
ମେଡିକାଲ ଟର୍ମିନେସନ ଅଫ୍ ପ୍ରେଗ୍ନେନ୍ସି(MPT) ଆକ୍ଟ ଅବିବାହିତ ମହିଳାଙ୍କୁ ୨୦ ସପ୍ତାହ ଭିତରେ ଗର୍ଭପାତ କରିବାକୁ ଅନୁମତି ଦିଏ ନାହିଁ। ଫଳରେ ମହିଳାଙ୍କର ବ୍ୟକ୍ତିଗତ ସ୍ୱାଧିନତା କ୍ଷୁର୍ଣ୍ଣ ହୋଇଥାଏ। ଏସମ୍ପର୍କିତ ଏକ ମାମଲାର ଶୁଣାଣି ବେଳେ ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ଼ ଓ ଜଷ୍ଟିସ୍ ଜେବି ପାରଦୀୱାଲାଙ୍କ ଖଣ୍ଡପୀଠ ଏହା ଉପରେ ଗୁରୁତ୍ୱାରୋପ କରିଛନ୍ତି।
ଖଣ୍ଡପୀଠ କହିଛନ୍ତି ଯେ MPT ଅଧିନିୟମ ଓ ଏ ସମ୍ବନ୍ଧିତ ନିୟମକୁ ବ୍ୟାଖ୍ୟା କରାଯିବ। ଅବିବାହିତ ମହିଳାଙ୍କୁ ଚିକିତ୍ସକୀୟ ପରାମର୍ଶରେ ୨୪ ସପ୍ତାହ ପରେ ଗର୍ଭପାତ କରାଯିବ କି ନାହିଁ ତାର ସମୀକ୍ଷା ହେବ ବୋଲି ଖଣ୍ଡପୀଠ କହିଛନ୍ତି। ଚିକିତ୍ସା କ୍ଷେତ୍ରରେ ହୋଇଥିବା ପ୍ରଗତିକୁ ଦେଖି ଏହି ନିୟମର ବ୍ୟାଖ୍ୟା ହେବା ଆବଶ୍ୟକ ବୋଲି ଖଣ୍ଡପୀଠ କହିଛନ୍ତି।