thelifelinemedia
Latest Odisha News, Breaking News Today

ସ୍କୁଲ ବସରୁ ପଡ଼ି ହୃଦଘାତରେ ଚାଲିଗଲା ଛାତ୍ରର ଜୀବନ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଭିନ୍ଦ ଜିଲ୍ଲାରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ୧୨ବର୍ଷ ବାଳକଙ୍କ ହୃଦଘାତରେ ମୃତ୍ୟୁ ହୋଇଥିବା ନେଇ ଡାକ୍ତର ସୂଚନା ଦେଇଛନ୍ତି। ତେବେ ଏତେ କମ ବୟସରେ ହୃଦଘାତରେ ମୃତ୍ୟୁ ହେବା ଘଟଣା ରାଜ୍ୟରେ ପ୍ରଥମଥର ଦେଖିବାକୁ ମିଳିଛି।

ପ୍ରକାଶିତ ରିପୋର୍ଟ ମୁତାବକ, ମୃତ ବାଳକଙ୍କ ପରିବାରଲୋକଙ୍କ କହିବାନୁସାରେ, ୧୨ବର୍ଷୀୟ ମନୀଷ ଜାଟବ ଚତୁର୍ଥ ଶ୍ରେଣୀରେ ପାଠପଢ଼ୁଥିଲା। ଗତ ଗୁରୁବାର ଦ୍ବିପହର ସମୟରେ ସେ ନିଜ ଭାଇ ସହିତ ଇଟାୱା ରୋଡସ୍ଥିତ ସ୍କୁଲକୁ ପାଠପଢ଼ିବାକୁ ଯାଇଥିଲା। ସ୍କୁଲ ଛୁଟି ହେବା ପରେ ଘରକୁ ଫେରିବା ପାଇଁ ସମୟ ୨ଟାରେ ସେ ସ୍କୁଲ ବସରେ ଚଢ଼ିଥିଲା। ଏହି ବସରେ ଚଢ଼ୁଥିବା ବେଳେ ମନୀଷର ମୁଣ୍ଡ ବୁଲାଇ ଦେଇଥିଲା, ଆଉ ସେ ତଳେ ପଡ଼ି ଯାଇଥିଲା।

Leave A Reply

Your email address will not be published.