thelifelinemedia
Latest Odisha News, Breaking News Today

ବାଲେଶ୍ବର ଆକାଶରେ ଦିଶିଲା ଉଜ୍ଜ୍ବଳ ଆଲୋକ!

ଆଜି ସଂଧ୍ୟାରେ ବାଲେଶ୍ବର ଉପକୂଳ ଆକାଶରେ ଏକ ଉଜ୍ଜ୍ବଳ ଆଲୋକ ପାଖାପାଖି ଦୁଇ ମିନିଟ୍‌ ଯାଏ ଦେଖାଯାଇଥିଲା। ରାସ୍ତାରେ ଯାଉଥିବା ଲୋକମାନେ ଛିଡ଼ା ହୋଇ ଦେଖିଥିଲେ। ସେହିପରି ଲୋକମାନେ ଘରୁ ବାହାରି ଆସି ଦେଖିଥିଲେ। ସମସ୍ତେ ନିଜ ନିଜ ମୋବାଇଲ୍‌ରେ ସେହି ସମୟର ଦୃଶ୍ୟକୁ କଏଦ୍‌ କରିଥିଲେ। ତେବେ ଏହି ଆଲୋକ କ’ଣ, ସେନେଇ କେହି କିଛି ଅନୁମାନ କରି ପାରି ନଥିଲେ। ତେବେ କେହି କେହି ଏହାକୁ ମହାଜାଗତିକ ଦୃଶ୍ୟ ବୋଲି କହିଥିଲେ। ଏଠାରେ ଉଲ୍ଲେଖ ଥାଉକି ଆଜି ଭଦ୍ରକ ଜିଲ୍ଲା ଅବ୍‌ଦୁଲ କଲାମ ଦ୍ବୀପରୁ ଅଗ୍ନି-୫ କ୍ଷେପଣାସ୍ତ୍ରର ପରୀକ୍ଷା କରାଯାଥିଲା। ସଂଧ୍ୟା ସମୟ ହୋଇଥିବାରୁ କ୍ଷେପଣାସ୍ତ୍ରରୁ ନିର୍ଗତ ଅଗ୍ନି ଆକାଶରେ ଦୃଶ୍ୟମାନ ହୋଇଥିଲା ବୋଲି ଲୋକମାନେ ଆଲୋଚନା କରୁଛନ୍ତି। ଉଜ୍ଜ୍ବଳ ଆଲୋକକୁ ମୟୂରଭଂଜ, ସାକ୍ଷୀଗୋପାଳ ଓ ଭଦ୍ରକ ଜିଲ୍ଲାର କିଛି ଲୋକ ଦେଖିଛନ୍ତି।

Leave A Reply

Your email address will not be published.