thelifelinemedia
Latest Odisha News, Breaking News Today

ସୁପ୍ରିମକୋର୍ଟର ବିଚାରପତି ଭାବେ ବମ୍ବେ ହାଇକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଦୀପଙ୍କର ଦତ୍ତଙ୍କୁ ମିଳିଲା ପଦୋନ୍ନତି

ନୂଆଦିଲ୍ଲୀ: ବମ୍ବେ ହାଇକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଦୀପଙ୍କର ଦତ୍ତଙ୍କୁ ସୁପ୍ରିମକୋର୍ଟର ବିଚାରପତି ଭାବେ ପଦୋନ୍ନତି ମିଳିଛି | ସେ ଶପଥ ନେବା ପରେ ସର୍ବୋଚ୍ଚ ନ୍ୟାୟାଳୟରେ ବିଚାରପତିଙ୍କ ସଂଖ୍ୟା ୨୮କୁ ବୃଦ୍ଧି ପାଇବ। ଆଇନ ମନ୍ତ୍ରୀ କିରେନ ରିଜିଜୁ ଜଷ୍ଟିସ ଦତ୍ତଙ୍କୁ ସର୍ବୋଚ୍ଚ ନ୍ୟାୟାଳୟକୁ ପଦୋନ୍ନତି ବାବଦରେ ଘୋଷଣା କରିଛନ୍ତି। କିରେନ ରିଜିଜୁ କହିଛନ୍ତି, ‘ଭାରତର ସମ୍ବିଧାନ ଅନୁଯାୟୀ ଦିଆଯାଇଥିବା କ୍ଷମତାକୁ ବ୍ୟବହାର କରି ଜଷ୍ଟିସ ଦୀପଙ୍କର ଦତ୍ତଙ୍କୁ ଭାରତର ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତି ଭାବେ ନିଯୁକ୍ତି ଦିଆଯାଇଛି। ଉଲ୍ଲେଖ ଥାଉ କି ୧୯୬୫ ମସିହାରେ ଜନ୍ମ ହୋଇଥିବା ଦୀପଙ୍କରଙ୍କର କାର୍ଯ୍ୟକାଳ ୮ ଫେବୃୟାରୀ, ୨୦୩୦ ପର୍ଯ୍ୟନ୍ତ ରହିବ | ସୁପ୍ରିମକୋର୍ଟ କଲେଜିୟମ ଦ୍ୱାରା ତାଙ୍କ ନାମ ସୁପାରିଶ କରାଯାଇଥିଲା |

Leave A Reply

Your email address will not be published.