thelifelinemedia
Latest Odisha News, Breaking News Today

ଇଞ୍ଜିନିୟର ସ୍ୱାମୀଙ୍କ କଳାକାରନାମା: ସାଙ୍ଗମାନଙ୍କ ସହିତ ଶୋଇବାକୁ ବାଧ୍ୟ କରୁଥିଲେ ପତ୍ନୀଙ୍କୁ

ବେଙ୍ଗାଲୁରୁ: ଜନୈକ ସଫ୍‌ଟେଓ୍ଵର୍‌ ଇଞ୍ଜିନିୟର ସ୍ୱାମୀଙ୍କ କଳାକାରନାମାକୁ ସାମନାକୁ ଆଣିଛନ୍ତି ତାଙ୍କର ପତ୍ନୀ। ତାଙ୍କୁ ନିଜ ସାଙ୍ଗମାନଙ୍କ ସହିତ ଶୋଇବାକୁ ବାଧ୍ୟ କରିବା ସହ ସେମାନଙ୍କ ସହ ଶାରୀରିକ ରଖିବାକୁ କହିବା ଏବଂ ସେସବୁର ସେକ୍ସ ଭିଡିଓ ପ୍ରସ୍ତୁତ କରି ତାଙ୍କୁ ବ୍ଲାକମେଲ୍‌ କରୁଥିବା ପୁଲିସ ଅଭିଯୋଗ ନିକଟରେ ଅଭିଯୋଗ କରିଛନ୍ତ ପତ୍ନୀ। ପତ୍ନୀ ଜଣକ ମଧ୍ୟ ଜଣେ ସଫ୍‌ଟେଓ୍ଵର୍‌ ଇଞ୍ଜିନିୟର ହୋଇଥିବା ବେଳେ ତାଙ୍କର ବୟସ ୩୪। ମହିଳାଙ୍କ ନିକଟରୁ ଅଭିଯୋଗ ପାଇବା ପରେ ପୁଲିସ ଅଭିଯୁକ୍ତ ୩୬ ବର୍ଷୀୟ ଇଞ୍ଜିନିୟର ସ୍ୱାମୀଙ୍କୁ ଗିରଫ କରିଛି।

ମହିଳା ଜଣକ ପୁଲିସ ନିକଟରେ ଅଭିଯୋଗ କରି କହିଛନ୍ତି ଯେ ତାଙ୍କ ସ୍ୱାମୀ ଅନ୍ୟ ପୁରୁଷଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲେ। ଯଦି ସେ ମନା କରିଥିଲେ ତେବେ ତାଙ୍କୁ ଅତି ନିର୍ଦ୍ଦୟ ଭାବେ ମାଡ଼ ମାରୁଥିଲେ। ଖାଲି ଏତିକି ନୁହେଁ; ନିଜ ସାଙ୍ଗମାନଙ୍କ ସହିତ ଶାରୀରିକ ସଂପର୍କର ସେକ୍ସ ଭିଡିଓ ପ୍ରସ୍ତୁତ କରୁଥିଲେ। ସ୍ୱାମୀଙ୍କ ଏପ୍ରକାରର ଆଚରଣରେ ଅତିଷ୍ଠ ହୋଇ ଯେତେବେଳେ ସେ ଛାଡପତ୍ର ମାଗିଲେ, ସେତେବେଳେ ତାଙ୍କ ସ୍ୱାମୀ ସୋସିଆଲ ମିଡିଆରେ ସେଇ ସବୁ ସେକ୍ସ ଭିଡିଓ ଅପଲୋଡ୍‌ କରିବାକୁ ଧମକ ଦେଉଥିଲେ ବୋଲି ସେ ପୁଲିସକୁ କହିଛନ୍ତି।

Leave A Reply

Your email address will not be published.