thelifelinemedia
Latest Odisha News, Breaking News Today

ବିହାର ଉପନିର୍ବାଚନରେ ବିଜେପିର ବିଜୟ ପରେ ନୀତୀଶ କୁମାରଙ୍କୁ କଟାକ୍ଷ କଲେ ପ୍ରଶାନ୍ତ କିଶୋର

ପାଟନା: ବିହାରରେ ନିକଟରେ ଅନୁଷ୍ଠିତ ହୋଇଥିବା କୁରହାନି ଉପନିର୍ବାଚନରେ ବିଜେପିର ବିଜୟ, ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ତାଙ୍କ ‘ମହାଗଠବନ୍ଧନ’ ସରକାର ବିରୋଧରେ ଲୋକଙ୍କ କ୍ରୋଧର ପ୍ରତିଫଳନ ବୋଲି ନିର୍ବାଚନୀ ରଣନୀତିଜ୍ଞରୁ ରାଜନେତା ହୋଇଥିବା ପ୍ରଶାନ୍ତ କିଶୋର ଦାବି କରିଛନ୍ତି।

ସଂପ୍ରତି ରାଜ୍ୟରେ ୩,୫୦୦ କିଲୋମିଟର ଲମ୍ବା ପଦଯାତ୍ରାରେ ଥିବା ପ୍ରଶାନ୍ତ କିଶୋର ଏହା ମଧ୍ୟ କହିଛନ୍ତି ଯେ ବିହାରରେ ବ୍ୟାପକ ଦୁର୍ନୀତିରେ ସାଧାରଣ ଜନତା ଅତିଷ୍ଠ ଓ ବିରକ୍ତ ହୋଇ ପଡ଼ିଥିବା ଲୋକଙ୍କ ସହ କଥାବାର୍ତ୍ତା ସମୟରେ ସେ ଜାଣିବାକୁ ପାଉଛନ୍ତି।

Leave A Reply

Your email address will not be published.