thelifelinemedia
Latest Odisha News, Breaking News Today

ଆଗୁଆ ନିମନ୍ତ୍ରଣ ରହିଲା, ମୁଁ ଛାଡପତ୍ର ପାର୍ଟି ଦେବି : ଅନୁଭବ

କଟକ: ‘‘ମୁଁ ଜଣେ ମ୍ୟାରେଡ଼ ବ୍ୟାଚଲର. ଆପଣଙ୍କୁ ନିମନ୍ତ୍ରଣ ରହିଲା, ଆସିବେ ମୁଁ ଛାଡପତ୍ର(ଡିଭୋର୍ସ) ପାର୍ଟି ଦେବି.’’ ଓଲିଉଡ଼ ଅଭିନେତା ଅନୁଭବ ମହାନ୍ତି ଏସବୁ କହୁଥିବାର ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି. ବାସ୍ତବରେ ଓଲିଉଡ଼ ଫିଲ୍ମ ପ୍ରଯୋଜକ ସଞ୍ଜୟ ନାୟକଙ୍କ ବିବାହବାର୍ଷିକୀ ଅବସରରେ ଓଡ଼ିଆ ସିନେ-ଜଗତର ଅନେକ ନାମିଦାମୀ ଅଭିନେତା/ଅଭିନେତ୍ରୀ, ପ୍ରଯୋଜକ, ସିନେପ୍ରେମୀ ଯୋଗ ଦେଇଥିଲେ. ସାଂସଦ ଅନୁଭବଙ୍କ ବ୍ୟତୀତ ଅଭିନେତା ଅରିନ୍ଦମ ଓ ଶ୍ରୀତମ ମଧ୍ୟ ଯୋଗ ଦେଇଥିଲେ.ତେବେ ମଞ୍ଚରେ ସଞ୍ଜୟଙ୍କ ସହ ହାଲକା ମୂଡ଼ରେ ଅନୁଭବ କହିବାର ଶୁଣିବାକୁ ମିଳିଥିଲା ଯେ, ‘ମୁଁ ଜଣେ ମ୍ୟାରେଡ଼ ବ୍ୟାଚଲର | ଆପଣଙ୍କୁ ନିମନ୍ତ୍ରଣ ରହିଲା, ଆସିବେ ମୁଁ ଛାଡପତ୍ର(ଡିଭୋର୍ସ) ପାର୍ଟି ଦେବି’.ଏହାପରେ ଦର୍ଶକଙ୍କ ପଟରୁ କରତାଳି ଓ ହାସ୍ୟରୋଳ ଶୁଣାଯାଇଥିଲା।

ସୂଚନା ଥାଉ କି ଲଣ୍ଡନରେ ଅନୁଭବ ଫିଲ୍ମ ‘ଲଭ ଇନ୍ ଲଣ୍ଡନ’ର ସୁଟିଂ ସାରି ଏବେ ଓଡ଼ିଶା ଆସିଥିବାବେଳେ ସଞ୍ଜୟଙ୍କ ପକ୍ଷରୁ ଆୟୋଜିତ ପାର୍ଟିରେ ଯୋଗ ଦେଇଥିଲେ.ଆଉ ଏହି ଅବସରରେ ସେ ଏହା କହିଛନ୍ତି.ଉଲ୍ଲେଖ ଥାଉ କି ଲଣ୍ଡନରେ ସୁଟିଂ ସମୟରେ ପ୍ରବଳ ବର୍ଷା ବାଧକ ସାଜିଥିଲା. ଆଉ ଅନୁଭବ ସେତେବେଳେ ଏକ ବ୍ଲଗ କରି ପୋଷ୍ଟ କରିଥିଲେ.ଏଥିରେ ସେ କହିଥିଲେ ଯେ ଆମେ ‘ନାମ ନେଉଛୁ, ଏ ବର୍ଷା ବହୁତ ହଇରାଣ କଲାଣି, ଯୁଆଡେ ଗଲେ ବର୍ଷା ଛାଡୁନାହିଁ .ଟିକେ ଦୟା, କର. ପ୍ଲିଜ, ବାହାରକୁ ଆସିଛୁ, କାମ କରିବୁ କି ନାହିଁ ?’

 

Leave A Reply

Your email address will not be published.