thelifelinemedia
Latest Odisha News, Breaking News Today

୪୦ ବୋତଲ କଫ ସିରଫ ଜବତ କଲା ଅବକାରୀ ବିଭାଗ, ଜଣେ ମହିଳା ଗିରଫ

ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ବାସୁଦେବ ପୁର ଗ୍ରାମରେ ଅବକାରୀ ବିଭାଗ ପକ୍ଷରୁ ଜଣକ ଘରୁ ୪୦ ବୋତଲ ବେଆଇନ କଫ ସିରଫ ଜବତ କରାଯାଇଛି । ଏଥିସହିତ ଜଣେ ମହିଳାଙ୍କୁ ଗିରଫ କରି କୋର୍ଟ ଚାଲଣ କରିଛି ଅବକାରୀ ବିଭାଗ । ଗିରଫ ମହିଳା ଜଣକ ହେଉଛନ୍ତି ସେହି ଗ୍ରାମର ଗୋଲାପ ଦାସ ।

ମିଳିଥିବା ସୂଚନା ଅନୁସାରେ ଜଣାପଡିଛି ଯେ ଗୋଲାପ ନିଜ ଘରେ ବେଆଇନ କଫ ସିରଫ (କୋଡେଇନ ଫସଫେଟ ଓ କ୍ଲୋର ଫେନୀରା ମାଇନ ସିରପ) ରଖି ବିକ୍ରି କରୁଥିଲା। ତେବେ ବିଶେଷ ସୂତ୍ରରୁ ଖବର ପାଇ ଅବକାରୀ ବିଭାଗ ଚଢ଼ାଉ କରିଥିବା ବେଳେ, ମୋଟ ୪୦ ବୋତଲ ବେଆଇନ କଫ ସିରଫ ଜବତ କରିଛି । ସେଥିମଧ୍ୟରୁ ୨୦ଟି ବୋତଲରେ ଏକ୍ସପାରୀ ତାରିଖ ମଧ୍ୟ ଅତିକ୍ରମ କରିସାରିଛି ।

ତେବେ ଏହାକୁ ଯୁବପୀଢ଼ିମାନେ ନିଶାଦ୍ରବ୍ୟ ଭାବେ ବ୍ୟବହାର କରୁଥିବା ବେଳେ, ଅଳ୍ପ ବୟସରେ ମୃତ୍ୟୁମୁଖରେ ପଡୁଛନ୍ତି । ଏହାକୁ ବିକ୍ରି ନିମନ୍ତେ ଅନୁମତି ନଥିବା ବେଳେ, ବେଆଇନ ବିକ୍ରି କାରଣରୁ ଉକ୍ତ ମହିଳାଙ୍କ ଜାମିନ ନାମଞ୍ଜୁର କାରଣରୁ ତାଙ୍କୁ ବିଚାର ବିଭାଗ ଜେଲକୁ ପଠାଇ ଦିଆଯାଇଥିବା ଅବକାରୀ ବିଭାଗ ଅଧିକାରୀ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.