ବୁଷ୍ଟର ଡୋଜ୍ ପାଇଁ ଲୋକଙ୍କର ନାହିଁ ଆଗ୍ରହ

ଭୁବନେଶ୍ୱର: ବୁଷ୍ଟର ଡୋଜ ନେବାକୁ ଆଗ୍ରହ ଦେଖାଉ ନାହାନ୍ତି ଲୋକ,ଚିନ୍ତା ପ୍ରକଟ କଲା ସ୍ୱାସ୍ଥ୍ୟ ବିଭାଗ । ବର୍ତ୍ତମାନ ସୁଦ୍ଧା ରାଜ୍ୟର ୮୭ ପ୍ରତିଶତ ଲୋକେ ନେଇ ନାହାନ୍ତି ବୁଷ୍ଟର ଡୋଜ । ଅର୍ଥାତ ରାଜ୍ୟର ୨ କୋଟି ୮୨ ଲକ୍ଷ ଲୋକେ ନେଇ ନାହାନ୍ତି ବୁଷ୍ଟର ଡୋଜ ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ।
ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ବର୍ତ୍ତମାନ ସୁଦ୍ଧା କେବଳ ୪୨ ଲକ୍ଷ ୭୦ ହଜାର ୪୮୭ ଲୋକେ ନେଇଛନ୍ତି ବୁଷ୍ଟର ଡୋଜ । ଯାହାକି ମାତ୍ର ୧୩ ପ୍ରତିଶତ ଅଟେ । ସେହିପରି ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ରାଜ୍ୟର ୨୫ ଲକ୍ଷ ଲୋକ ନେଇ ନାହାନ୍ତି ଦ୍ୱିତୀୟ ଡୋଜ ଟୀକା । କଟକ, ଖୋର୍ଦ୍ଧା, ଜଗତସିଂହପୁର, ସୁନ୍ଦରଗଡ, ପୁରୀ, ଅନୁଗୁଳ ଭଳି ଜିଲ୍ଲାରେ ପ୍ରଥମ ଡୋଜ ୯୦ ପ୍ରତିଶତ ରୁ କମ୍ ଟୀକାକରଣ ହୋଇଛି ।