thelifelinemedia
Latest Odisha News, Breaking News Today

ଦୀପଗ୍ରେସ ଏକ୍କାଙ୍କୁ ମିଳିବ ଅର୍ଜୁନ ପୁରସ୍କାର

ଓଡିଆ ମହିଳା ହକି ତାରକା ଦୀପଗ୍ରେସ ଏକ୍କାଙ୍କୁ ମିଳିବ ଅର୍ଜୁନ ପୁରସ୍କାର । ନଭେମ୍ବର ୩୦ ତାରିଖରେ ରାଷ୍ଟ୍ରିୟ ଖେଳ ପୁରସ୍କାର ସମାରୋହ ଅବସରରେ ତାଙ୍କୁ ଏହି ସମ୍ମାନରେ ସମ୍ମାନୀତ କରାଯିବ । ମୋଟ ୨୫ ଜଣଙ୍କୁ ଅର୍ଜୁନ ପୁରସ୍କାର ପ୍ରଦାନ କରାଯିବ । ଅର୍ଜୁନ ପୁରସ୍କାର ସହ ଦ୍ରୋଣାଚାର୍ଯ୍ୟ ପୁରସ୍କାର, ଧ୍ୟାନଚାନ୍ଦ ପୁରସ୍କାର ପାଇଁ ଖେଳାଳିଙ୍କ ନାଁ ଘୋଷଣା ହୋଇଛି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମସ୍ତ ଖେଳାଳିଙ୍କୁ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରିବେ ।

ସୀମା ପୁନିଆ, ଏଲ୍ଡୋସ ପଲ, ଅବିନାଶ ମୁକୁନ୍ଦ ସାବଲେ, ଲକ୍ଷ୍ୟ ସେନ୍, ଏଚଏମ ପ୍ରଣୟ, ଅମିତ, ନିକହତ ଜରିନ, ଭକ୍ତି ପ୍ରଦିପ କୁଲକର୍ଣ୍ଣି, ଆର ପ୍ରଜ୍ଞାନାନନ୍ଦ, ଦୀପଗ୍ରେସ ଏକ୍କା, ଶୁସିଲା ଦେବୀ, ସାକ୍ଷୀ କୁମାରୀ, ନୟନ ମୋନୀ ସୌକୟା, ସାଗର କୈଳାସ ଓବଲେକର, ଇଲାବେନିଲ ବ୍ଲାରିବିନ, ଓମପ୍ରକାଶ ମିଥରବାଲା, ଶ୍ରୀଜା ଅକୁଲା, ବିକାଶ ଠାକୁର, ଅଂଶୁ, ସରିତା, ପରବିନ, ମାନସି ଗିରିଶଚନ୍ଦ୍ର ଜୋଶି, ତରୁଣ ଢିଲ୍ଲନ, ସ୍ୱପ୍ନିନ ସଞ୍ଜୟ ପାଟିଲ ଜେରଲିନ ଅନିକା ଜେ ।

Leave A Reply

Your email address will not be published.